ଓଡିଶା

odisha

By

Published : Sep 2, 2022, 7:31 PM IST

ETV Bharat / city

ସତର୍କ ନରହିଲେ ଘାତକ ହେବ ଲମ୍ପିସ୍କିନ: ପ୍ରାଣୀ ବିଶେଷଜ୍ଞ

ଲମ୍ପିସ୍କିନ ରୋଗକୁ (Lumpy Skin Disease) ନେଇ ସତର୍କ ରହିବାକୁ କହିଲେ ଓୟୁଏଟି ପ୍ରାଣୀ ବିଶେଷଜ୍ଞ ନିରଞ୍ଜନ ସାହୁ । ତେବେ ଏହି ରୋଗ ନେଇ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଲେ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଧିକ ପଢ଼ନ୍ତୁ

ସତର୍କ ନରହିଲେ ଘାତକ ହେବ ଲମ୍ପିସ୍କିନ: ପ୍ରାଣୀ ବିଶେଷଜ୍ଞ
ସତର୍କ ନରହିଲେ ଘାତକ ହେବ ଲମ୍ପିସ୍କିନ: ପ୍ରାଣୀ ବିଶେଷଜ୍ଞ

ଭୁବନେଶ୍ବର: ସତର୍କ ନରହିଲେ ଘାତକ ହୋଇପାରେ ଲମ୍ପିସ୍କିନ (Lumpy Skin Disease) । ପ୍ରଥମେ କଟକ ଜିଲ୍ଲାରେ ଦେଖାଯାଇଥିଲା ଏହି ଭୂତାଣୁ ଜନିତ ରୋଗ ରୋଗ । ଗତ ୨୦୧୯ ମସିହା ଜୁନ ପରେ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଦେଖାଦେଇଥିଲା ଏହି ରୋଗ । ତେବେ ଏହାର ଲକ୍ଷଣ ଏବଂ ପ୍ରଥମେ କେଉଁଠି କେବେ ଦେଖାଯାଇଥିଲା, ଏନେଇ ସୂଚନା ଦେଇଛନ୍ତି ଓୟୁଏଟି ପ୍ରାଣୀ ବିଶେଷଜ୍ଞ ।

ଲମ୍ପିସ୍କିନ (Lumpy Skin Disease) ଏକ ଭୂତାଣୁ ଜନିତ ରୋଗ । ରାଜ୍ୟରେ ପ୍ରଥମେ କଟକ ଜିଲ୍ଲାରେ ପ୍ରାୟ ୧୦ ହଜାର ଗାଈଙ୍କ ଦେହରେ ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଗାଈ ଓ ଛୋଟ ବାଛୁରି ମାନଙ୍କ ଦେହରେ ଏହି ରୋଗ ଚିହ୍ନଟ କରାଗଲା । ଗୋଡ ଗୁଡିକ ଫୁଲିବା, ଦେହରେ ଫଳିବା ଓ ଘା' ହୋଇ ସେଠାରୁ ପ୍ରଚୁର ରକ୍ତ ବାହାରିବା ଭଳି ବିଭିନ୍ନ ଲକ୍ଷଣ ଦେଖାଯାଇଥିଲା । ଏହା ପରେ ଗାଈମାନଙ୍କର ସ୍କିନ ଓ ବ୍ଲଡ଼ ସାମ୍ପୁଲ ସଂଗ୍ରହ କରାଯାଇ ଓୟୁଏଟି ଲାବରୋଟୋରିରେ ପରୀକ୍ଷା କରାଯାଇଥିଲା । ଦେଶରେ ପ୍ରଥମେ ଏଠାରେ ଏହାର ପରୀକ୍ଷା କରାଯାଇଥିଲା । ଏହାପରେ ଭାରତ ସରକାରଙ୍କର ଦୁଇଟି ଟିମ ଆସି ଏହାର ଯାଞ୍ଚ କରିଥିଲେ । ପରୀକ୍ଷଣ ଠିକ ବୋଲି ପ୍ରମାଣିତ ହେବା ପରେ ଭାରତରେ ଲମ୍ପିସ୍କିନ ରହିଛି ବୋଲି ଘୋଷଣା କରାଗଲା ।

ସତର୍କ ନରହିଲେ ଘାତକ ହେବ ଲମ୍ପିସ୍କିନ: ପ୍ରାଣୀ ବିଶେଷଜ୍ଞ

ଲମ୍ପିସ୍କିନ ରୋଗର ଚିକିତ୍ସା:-

ତେବେ ଭରତ ବର୍ଷରେ ଏଭଳି ରୋଗ ବିଭିନ୍ନ ରାଜ୍ୟରେ ଦେଖାଯାଉଛି । ବିଶେଷ ଭାବରେ ପଶ୍ଚିମ ଓ ଉତ୍ତର ଭାରତରେ ଅଧିକାଂଶ ରାଜ୍ୟରେ ଏଭଳି ରୋଗ ଅଧିକ ଦେଖାଯାଉଛି । ଏହି ରୋଗ ଦ୍ରୁତଗତିରେ ଗାଈ ଗୋରୁ ଓ ଛୋଟ ବାଛୁରୀଙ୍କ ଦେହରେ ବ୍ୟାପିଥାଏ । ସନ୍ତ ସନ୍ତିଆ ଜାଗା ବା ମଶା ମାଛି ଥିବା ସ୍ଥାନରେ ଏହି ରୋଗ ବେଶୀ ବ୍ୟାପିଥାଏ । ବେଳେ ବେଳେ ପାଣି ଓ ବାୟୁ ଦ୍ଵାରା ମଧ୍ୟ ବ୍ୟାପିଥାଏ । ଏହି ଭୂତାଣୁ ଜନିତ ରୋଗର କୌଣସି ଚିକିତ୍ସା ନଥିବାବେଳେ ଏଥିରେ ଆକ୍ରାନ୍ତ ଗାଈ ଗୋରୁଙ୍କୁ ଆଣ୍ଟିବାୟୋଟିକ ଓ ଟିଙ୍କ ମାରିବାକୁ ଇଞ୍ଜେକସନ ଦିଆଯାଉଛି । ଲିମ୍ବପତ୍ର ଓ ହଳଦି ମିଶାଇ ସେମାନଙ୍କ ଦେହରେ ଲଗାଯିବା ଫଳରେ ଏହା କମିଯାଉଥିବା ଦେଖାଯାଇଛି । ସେମାନଙ୍କ ଦେହରେ ଥଣ୍ଡା ଭଳି କିଛି ଲକ୍ଷଣ ଦେଖାଯାଉଥିବାରୁ ଗାଈ ଗୋରୁ ମାନଙ୍କୁ କାଢା କରି ଦିଆଯାଉଛି । ଏଥିରେ ଆକ୍ରାନ୍ତ ହୋଇନଥିବା ଗୋରୁଙ୍କୁ ଗୋଟ ଫକ୍ସ ଟୀକା ଦିଆଯାଉଛି ।

ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ:-

ତେବେ ଆମ ରାଜ୍ୟ ବର୍ତ୍ତମାନ ଏହି ରୋଗ ପାଇଁ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ଓୟୁଏଟି ପ୍ରାଣୀ ବିଶେଷଜ୍ଞ ନିରଞ୍ଜନ ସାହୁ । ଏପଟେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି ଯେ, "ଲମ୍ପି ନାମକ ଏକ ଚର୍ମ ରୋଗ ରାଜ୍ୟରେ ଗତ ୨୦୧୯ ମସିହାରେ ଦେଖାଦେଇଥିଲା । ଏହା ପରଠାରୁ ଏବେ ଯାଏଁ ଆଉ ଚିହ୍ନଟ ହୋଇନାହିଁ । ଯେତେବେଳେ ଏହା ଚିହ୍ନଟ ହୋଇଥିଲା ବିଭାଗ ପକ୍ଷରୁ ଉଚ୍ଚିତ୍‌ ପଦକ୍ଷେପ ନିଆଯାଇ ୩୦୦୦ରୁ ଊର୍ଦ୍ଧ୍ବ ପ୍ରାଣୀଙ୍କୁ ଟୀକାକରଣ କରାଯାଇଥିଲା । ଏବେ ସମସ୍ତ ଜିଲ୍ଲାର CDVOଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋଗର କୌଣସି ଲକ୍ଷଣ ପଶୁମାନଙ୍କ ଶରୀରରେ ଦେଖାଗଲେ ତୁରନ୍ତ ସୂଚିତ କରିବେ । ଏହାପରେ ବିଭାଗ ପକ୍ଷରୁ ଉଚିତ ପଦକ୍ଷପ ନିଆଯିବ ।'' ଏହାସହ କେହି ଭୟଭୀତ ନହୋଇ ସଜାଗ ଓ ସତର୍କ ରହିବାକୁ ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details