ଓଡିଶା

odisha

ETV Bharat / city

OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ - ଓୟୁଏଟି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା

ସରକାରୀ କ୍ବାଟରରୁ ଝୁଲନ୍ତା ଅବସ୍ଥାରେ ଓୟୁଏଟି ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତି ଜେନାଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

ସରକାରୀ କ୍ବାଟରରେ ଝୁଲନ୍ତା ମୃତଦେହ ଉଦ୍ଧାର, OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସୁଇସାଇଡ
ସରକାରୀ କ୍ବାଟରରେସରକାରୀ କ୍ବାଟରରୁ OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତଦେହ ଉଦ୍ଧାର, ପ୍ରତିକ୍ରିୟା ରଖିଲେ ସ୍ବାମୀ ଝୁଲନ୍ତା ମୃତଦେହ ଉଦ୍ଧାର, OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସୁଇସାଇଡ

By

Published : Feb 11, 2022, 9:38 AM IST

Updated : Feb 11, 2022, 1:29 PM IST

ଭୁବନେଶ୍ବର:OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା ! ସରକାରୀ କ୍ବାଟରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଗୋପବନ୍ଧୁ ଛକରେ ଥିବା ସରକାରୀ କ୍ୱାର୍ଟର V(F)_9ରୁ ମୃତଦେହ ଉଦ୍ଧାର କରି ମୃତଦେହ ସଂରକ୍ଷଣ ଗୃହକୁ ପଠାଇଲା ପୋଲିସ । ମୃତ ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି ବାସନ୍ତି ଜେନା ।

OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ

ମହିଳାଙ୍କ ସ୍ବାମୀ ଦେବି ପ୍ରସନ୍ନ ଦାସ ମଧ୍ୟ ଓୟୁଏଟିରେ ପ୍ରଫେସର ଅଛନ୍ତି । ତେବେ କେଉଁ କାରଣକୁ କେନ୍ଦ୍ର କରି ଆସିଷ୍ଟାଣ୍ଟ ପ୍ରଫେସର ଏଭଳି ନିଷ୍ପତ୍ତି ନେଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପାରିବାରିକ ଚାପ କିମ୍ବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ ନେଇ ଏପରି ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଜଣାପଡିବ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି।

ସରକାରୀ କ୍ବାଟରରୁ OUAT ଆସିଷ୍ଟାଣ୍ଟ ପ୍ରଫେସରଙ୍କ ମୃତଦେହ ଉଦ୍ଧାର, ପ୍ରତିକ୍ରିୟା ରଖିଲେ ସ୍ବାମୀ

ଏହି ଘଟଣାରେ ଫରେନ୍ସିକ ଟିମ୍ ଛାନଭିନ ଆରମ୍ଭ କରିଥିବା ବେଳେ ମୃତ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ବାମୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆମର ପ୍ରେମ ବିବାହ ହୋଇଥିଲା । ୨୦୦୪ ମସିହାରୁ ୮ବର୍ଷର ରିଲେସନସିପ ପରେ ୨୦୧୨ରେ ବିବାହ ହୋଇଥିଲା । କେବଳ ପୁଅ ପାଇଁ ଟିକେ ଅପସେଟ ରହୁଥିଲେ । ସ୍ବାମୀ କେଉଁ ଅନ୍ୟ ଯୁବତୀଙ୍କ ସହ କଥା ମଧ୍ୟ ହେଉଥିବା ପତ୍ନୀ ସନ୍ଦେହ କରୁଥିଲେ । କିନ୍ତୁ ସେମିତି କିଛି ନାହିଁ ବୋଲି କହିଛନ୍ତି ଦେବି ପ୍ରସନ୍ନ ଦାସ । ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 11, 2022, 1:29 PM IST

For All Latest Updates

ABOUT THE AUTHOR

...view details