ଓଡିଶା

odisha

ETV Bharat / city

ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ତାଲିମ ନେବେ ଓୟୁଏଟି ଛାତ୍ରଛାତ୍ରୀ - rice Research Institute

ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ତାଲିମ ନେବେ ଓଡିଶା କୃଷି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚାଷର ଅଧିକ ନୂଆ ପ୍ରଣାଳୀ ତାଲିମ ନେଇ ଓଡିଶାରେ ଏହାର ଉପଯୋଗ କରିବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 12, 2019, 6:23 AM IST

ଭୁବନେଶ୍ବର: ବିଦେଶ ଯିବେ ଓଡିଶା କୃଷି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଅତ୍ୟାଧୁନିକ ଜ୍ଞାନ କୌଶଳରେ ଚାଷର ଅଧିକ ନୂଆ ପ୍ରଣାଳୀ ବିଷୟରେ ତାଲିମ ନେବେ । ନୂଆ ପଦ୍ଧତି ଶିଖିବା ପରେ ଓଡିଶାରେ ଏହାର ଉପଯୋଗ କରିବେ । ଏଥିପାଇଁ ପ୍ରତିବର୍ଷ 25 ଜଣ କୃଷି ବିଭାଗର ଛାତ୍ରଛାତ୍ରୀ ଫିଲିପାଇନ୍ସର ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ତାଲିମ ନେବେ । ଚଳିତ ବର୍ଷଠାରୁ ଏହି ପର୍ଯ୍ୟାୟ ଆରମ୍ଭ ହେବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏନେଇ ବିଶ୍ଵ ବ୍ୟାଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ସହାୟତା ରାଶି ପ୍ରଦାନ କରାଯିବ । ଓଡିଶା ସମେତ ସାରା ଭାରତରୁ 18 ଟି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ତାଲିମ ନେବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଓୟୁଏଟିରୁ 5 ଜଣ ଛାତ୍ରଛାତ୍ରୀ ପ୍ରଥମ ବ୍ୟାଚରେ ଫିଲିପାଇନ୍ସ ଯିବାର ସୁଯୋଗ ପାଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details