ଓଡିଶା

odisha

By

Published : Dec 14, 2020, 6:15 PM IST

ETV Bharat / city

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହଜାର ହେଲେ ଓଟିଭି ଏମଡି । ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହୋଇଛନ୍ତି ହାଜର । ଅଧିକ ପଢନ୍ତୁ...

otv md jagi mangat panda procid in State Child Rights Protection Commission by vc
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହଜାର ହେଲେ ଓଟିଭ ଏମଡି

ଭୁବନେଶ୍ବର : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ତା। ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ମୁଖ୍ୟ ଭିସି ଯୋଗେ ହାଜର ହୋଇଛନ୍ତି । ସମ୍ପୃକ୍ତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ୨ କର୍ମଚାରୀ ଓ ୨ ସିକ୍ୟୁରିଟି ଗାର୍ଡ ଗିରଫ ହୋଇଛନ୍ତି । ରବିବାର ରାତିରେ ଏମାନଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ ଗଣଦୁଷ୍କର୍ମ ମାମଲାରେ ପୁଲିସ କର୍ମଚାରୀ ସାମିଲ ଥିବା ନେଇ ଅଭିଯୋଗ ହୋଇଥିଲେ ବି ସେମାନଙ୍କୁ ଗିରଫ କରାଯାଇଛି କି ନାହିଁ ତାହା ଜଣାପଡ଼ିନାହିଁ ।

ଅନ୍ୟପଟେ ଓଟିଭି ତଦନ୍ତରେ ସଂପୂର୍ଣ୍ଣ ଭାବେ ସହଯୋଗ କରୁଛନ୍ତି । ସେପଟେ, ବିନା ପ୍ରମାଣରେ ଗିରଫ କରାଯାଇଛି ଓ ପରୀ ଘଟଣା ଉପରୁ ନଜର ଏଡ଼ାଇବା ପାଇଁ ଏଭଳି ଗିରଫଦାରୀ ହୋଇଛି ବୋଲି ଓଟିଭି ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଓଟିଭି କାର୍ଯ୍ୟରତ ଜଣେ ମହିଳାଙ୍କ ନବମ ଶ୍ରେଣୀର ଝିଅକୁ କିଛି କର୍ମଚାରୀ, ସୁରକ୍ଷା କର୍ମୀ ଓ ପୁଲିସ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details