ଭୁବନେଶ୍ବର: ସମସ୍ୟା ଭୋଗୁଛନ୍ତି ବାହାର ରାଜ୍ୟରୁ ଆସିଥିବା ଯାତ୍ରୀ । ରାଜ୍ୟରେ ପଞ୍ଚମ ପାଳି କୋରୋନା କଟକଣା ସମୟରେ ସାପ୍ତାହିକ ଦୁଇଦିନ ସଟଡାଉନ ଜାରି ରହିଛି । ଶନିବାର ଶେଷ ସଟଡାଉନର ପ୍ରଥମ ଦିନ । ଯାହାକୁ ରାଜଧାନୀରେ ଅଧିକ ତତ୍ପରତାର ସହ ପାଳନ କରାଯାଉଛି ।
ସଟଡାଉନ ଯୋଗୁଁ ବସଷ୍ଟାଣ୍ଡରେ ଅଟକିଛନ୍ତି ପ୍ରବାସୀ - other state passenger satay in busstand
ରାଜ୍ୟରେ ପଞ୍ଚମ ପାଳି କୋରୋନା କଟକଣା ସମୟରେ ସାପ୍ତାହିକ ଦୁଇଦିନ ସଟଡାଉନ ଜାରି ରହିଛି । ଶନିବାର ଶେଷ ସଟଡାଉନର ପ୍ରଥମ ଦିନ । ସଟଡାଉନ ଯୋଗୁଁ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ରାଜ୍ୟ ବାହାରୁ ଆସିଥିବା ଯାତ୍ରୀ । ଅଧିକ ପଢନ୍ତୁ...
ରାଜ୍ୟରେ ଦନକୁ ଦିନ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହେବା ସହ ଲୋକାଲ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ଯାତାୟାତ ସୁବିଧା ବନ୍ଦ ରହୁ ଥିବାରୁ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ତଥା ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବସ ଓ ଟ୍ରେନରେ ଆସିଥିବା ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳରେ ଏହି ପରି ପ୍ରାୟ ଶତାଧିକ ଯାତ୍ରୀ ଶୁକ୍ରବାର ରାତ୍ରଠୁ ଆସି ଅଟକି ରହିଥିବା ଦେଖିବାକୁ ମିଳିଛି । ବଜାର ବନ୍ଦ ଯୋଗୁଁ ବିନା ଖାଦ୍ୟରେ କିପରି ଘରେ ପହଞ୍ଚିବେ ସେଥି ପାଇଁ ବସଷ୍ଟାଣ୍ଡରେ ବସ ଡ୍ରାଇଭରଙ୍କ ସହ ଯୋଗାଯୋଗରେ ବ୍ୟସ୍ତଥିବା ଦେଖାଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ