କଟକ/ଭୁବନେଶ୍ବର:ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପରୀକ୍ଷା ମୂଲ୍ୟାୟନର ଆଧାରକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ଦାବି କରିଛି ଓଷ୍ଟା । ଖାଲି ସେତିକି ନୁହେଁ ଯୁକ୍ତଦୁଇ ନାମଲେଖା ପାଇଁ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଦାବି କରିଛି ଓଷ୍ଟା । ଏହାପୂର୍ବରୁ ମାଟ୍ରିକ ପରୀକ୍ଷା ବାତିଲ ସପକ୍ଷରେ ସଂଘ ନଥିଲା ।
କେଉଁ ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇଲା ତାହା ଜାଣିବାକୁ ଚାହିଁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଦେବାକୁ ମାଧ୍ୟାମିକ ପରିଷଦ ସ୍ପଷ୍ଟ କରିଛି । ତେବେ ଉଭୟ ପରୀକ୍ଷାର ନମ୍ବର ମଧ୍ୟରୁ ସର୍ବାଧିକ ନମ୍ବରକୁ ଗ୍ରହଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟସରକାର ଓ ମାଧ୍ୟମିକ ଶିକ୍ଷା ପରିଷଦକୁ ପ୍ରସ୍ତାବ ଦେଇଛି ।
ଗତ ଜୁନ ୨୫ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶିତ ହେଲା । ଚଳିତ ବର୍ଷ ପରୀକ୍ଷା ଫଳର ହାର ସର୍ବାଧିକ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ କମ ନମ୍ବର ଆସିଥିବା ଅଭିଯୋଗ ହୋଇଛି । ସରକାର ଓ ବୋର୍ଡ ପକ୍ଷରୁ ଶିକ୍ଷକମାନେ ମେଣ୍ଟରକୁ ସ୍କୁଲ ମାଧ୍ୟମରେ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା ଓ ଦଶମ ଶ୍ରେଣୀର ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷା ଉତ୍ତର ନମ୍ବର ବୋର୍ଡ଼କୁ ପଠାଇଥିଲେ । ବୋର୍ଡ ପକ୍ଷରୁ ନବମ ଶ୍ରେଣୀ ପରୀକ୍ଷାର ୪୦ ଓ ଦଶମ ଶ୍ରେଣୀ ପରୀକ୍ଷାର ୬୦ ପ୍ରତିଶତ ନମ୍ବରକୁ ନେଇ ଫଳ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା ।