ଓଡିଶା

odisha

ETV Bharat / city

ସବୁ ସ୍କୁଲ ସରକାରୀ ହେଉ: ଓଷ୍ଟା - ଓଡିଶା ସ୍କୁଲ

ପୁନଃଗଠନ (ରେସ୍‌ନାଲାଇଜେସନ) ପୂର୍ବରୁ ସରକାର ସବୁ ସ୍କୁଲକୁ ସରକାରୀ କରନ୍ତୁ । ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ପ୍ରଦାନ କରନ୍ତୁ ବୋଲି ଦାବି କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ। ଅଧିକ ପଢନ୍ତୁ..

ସବୁ ସ୍କୁଲକୁ ସରକାରୀ ହେଉ:  ଓଷ୍ଟା
ସବୁ ସ୍କୁଲକୁ ସରକାରୀ ହେଉ: ଓଷ୍ଟା

By

Published : Mar 19, 2021, 8:06 PM IST

ଭୁବନେଶ୍ବର: ପୁନଃଗଠନ (ରେସ୍‌ନାଲାଇଜେସନ) ପୂର୍ବରୁ ସରକାର ସବୁ ସ୍କୁଲକୁ ସରକାରୀ କରନ୍ତୁ । ଚାକିରି ସର୍ତ୍ତାବଳୀ, ଅବସରକାଳୀନ ସୁବିଧା ପ୍ରଦାନ କରନ୍ତୁ ବୋଲି ଦାବି କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ।

ସଂଘ ଅଭିଯୋଗ କରିଛି କି , ୧୫,୦୦୦ ପ୍ରାଥମିକ ବିଦ୍ୟାଳୟକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରୁଥିଲେ ରାଜ୍ୟ ସରକାର। ରାଜ୍ୟର ଅଗଣିତ ଶିକ୍ଷାପ୍ରେମୀ ତଥା ବିଭିନ୍ନ ରାଜନୈତିକ ଦଳ, ଅଭିଭବକ ଓ ଶିକ୍ଷକ ସଂଗଠନ ମାନଙ୍କର ଚାପ ଓ ପ୍ରୟାସ ଫଳରେ ଏହାକୁ ସଂଶୋଧନ କରାଗଲା । ତଥାପି ପ୍ରାୟ ସାତ ହଜାର ପ୍ରାଥମିକ ବିଦ୍ୟାଳୟ ରାଜ୍ୟରେ ବନ୍ଦ ହୋଇଛି ।

ଏହାପରେ ସରକାର ରାଜ୍ୟରେ ଅନୁଦାନ ପାଇଥିବା ପ୍ରାଥମିକ, ଉଚ୍ଚପ୍ରାଥମିକ, ସଂସ୍କୃତ ଓ ମଦ୍ରାସା ବିଦ୍ୟାଳୟଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ସରକାରଙ୍କର ଏହି ଲକ୍ଷ୍ୟ କେବଳ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସଙ୍କୁଚିତ କରିବ ନାହିଁ ବରଂ ବିଜୁ ବାବୁଙ୍କ ଦ୍ଵାରା ପ୍ରଣୀତ ଅନୁଦାନ ନୀତିକୁ ସଂପୂର୍ଣ୍ଣ ରୂପେ ଓଡ଼ିଶା ମାଟିରେ ମିଶାଇ ଦେବା ପାଇଁ ଓଷ୍ଟା ପକ୍ଷରୁ କୁହାଯାଇଛି ।

ରିପୋର୍ଟ ଆଧାରରେ ଏବେ ରାଜ୍ୟ ସରକାର ଉଦ୍ୟୋଗର ପୁନଃଗଠନ (ରେସ୍‌ନାଲାଇଜେସନ) ନାଁରେ ସ୍କୁଲ ସଂଖ୍ୟା କମାଇବା ପାଇଁ ଏକ ବିଂଜ୍ଞପ୍ତି ପ୍ରକାଶ କରିବା ପାଇଁ ଯାଉଛନ୍ତି । ରିପୋର୍ଟରେ ଗୋଟିଏ ପଞ୍ଚାୟତରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରଖିବାର ବିଜୁବାବୁଙ୍କର ଯେଉଁ ସ୍ବପ୍ନ ଥିଲା ତାହାକୁ ଅଣଦେଖା କରାଯାଇଛି। ଉକ୍ତ ଚିଠି ପ୍ରସ୍ତାବକୁ କାର୍ଯ୍ୟକାରୀ କଲେ ରାଜ୍ୟର ପ୍ରାୟ 13350 ଜଣ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଓ 3695 ଜଣ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଅର୍ଥାତ୍ ମୋଟ୍ 5045 ବିଦ୍ୟାଳୟ କ୍ଷତିଗ୍ରସ୍ତ ହେବ ।

ପ୍ରଥମ ଓ ଏକମାତ୍ର ବିଦ୍ୟାଳୟକୁ ମିଶ୍ରଣ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ପଞ୍ଚାୟତିର ଦ୍ବିତୀୟ ଓ ତୃତୀୟ ବିଦ୍ୟାଳୟ କ୍ଷେତ୍ରରେ ସେହି ପଞ୍ଚାୟତର ଜନସଂଖା ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟାକୁ ମାପକ ଭାବରେ ନିଆଯାଇ ଶିକ୍ଷା ଅନଗ୍ରସର, ବାଳିକା ଓ ସୀମାନ୍ତବର୍ତ୍ତୀ ବିଦ୍ୟାଳୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉ। ସରକାର କ୍ଷମତାର ଅପବ୍ୟବହାର କରି ରାଜ୍ୟବାସୀ ଓ ଶିକ୍ଷକ ସଂଗଠନ ମାନଙ୍କର ପ୍ରସ୍ତାବକୁ ଉପେକ୍ଷା କରି ଏକତରଫା ବିଦ୍ୟାଳୟ ବନ୍ଦ କରିବା ନିଷ୍ପତି ନେଲେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଓଷ୍ଟା ପକ୍ଷରୁ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details