ଭୁବନେଶ୍ବର: ଲମ୍ବିଛି ଦୁର୍ନୀତିର ଚେର। ଦୁର୍ନୀତିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ସେ ସବୁର ଖୋଳତାଡ଼ ପାଇଁ OSSC ଅଧ୍ୟକ୍ଷଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ ଟିମ୍। ଏପରିକି କେବଳ ବିରଞ୍ଚି ନା ବିରଞ୍ଚିଙ୍କ ଲିଙ୍କରେ ଆଉ କେଉଁମାନେ ଥିଲେ, ସେସବୁର ଟିକନିଖି ତଥ୍ୟ ଖୋଲିଛି ଭିଜିଲାନ୍ସ।
ସେପଟେ ୧୯୯୪ରୁ ଆରମ୍ଭ ହୋଇଥିବା ଷ୍ଟାଫ୍ ସିଲେକ୍ସନ ଅଫିସ ଏଯାବତ ଅନେକ ଅଧ୍ୟକ୍ଷ ଓ ମେମ୍ବରଙ୍କ ସହ ସଚିବ ଓ ଉପସଚିବ ବଦଲେଣି।ହେଲେ ଏହି କେଳେଙ୍କାରୀ ପଛରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେନେଇ ଗୋଟିଏ ପରେ ଗୋଟିଏ ତଥ୍ୟର ଗୁମର ଖୋଲିବାକୁ ଭିଜିଲାନ୍ସ ଏବେ ଅଫିସର ସମସ୍ତ କର୍ମଚାରୀଙ୍କ ଉପରେ ଆଖି ପକାଇଛି। ଅନ୍ୟପଟେ ଜଣେ ପୂର୍ବତନ ପରିକ୍ଷାର୍ଥୀ ଯେପରି କଟ ଅଫ ମାର୍କଠୁ ଅଧିକ ମାର୍କ ଥିବା ସତ୍ତ୍ବେ ମଧ୍ୟ ସେ ଚୟନ ପ୍ରକ୍ରିୟାରୁ ବାଦ ପଡ଼ିଥିଲେ।