ଓଡିଶା

odisha

CBIରେ ହାଜର ହେଲେ OSLର କର୍ମଚାରୀ, ଚର୍ଚ୍ଚିତଙ୍କ ପାସପୋର୍ଟ ଦାଖଲ

By

Published : Aug 7, 2022, 7:47 AM IST

ସିବିଆଇ(CBI) ଅଫିସରେ ଚର୍ଚ୍ଚିତ ମିଶ୍ରଙ୍କ ପାସପୋର୍ଟ ଦାଖଲ କଲେ ଓକିଲ । ସେପଟେ OSLର ଅନ୍ୟ ଜଣେ କର୍ମଚାରୀଙ୍କୁ ଡକାଇ ପଚରାଉଚରା କରିଛି ସିବିଆଇ । ଅଧିକ ପଢନ୍ତୁ

CBIରେ ହାଜର ହେଲେ OSLର କର୍ମଚାରୀ, ଚର୍ଚ୍ଚିତଙ୍କ ପାସପୋର୍ଟ ଦାଖଲ
CBIରେ ହାଜର ହେଲେ OSLର କର୍ମଚାରୀ, ଚର୍ଚ୍ଚିତଙ୍କ ପାସପୋର୍ଟ ଦାଖଲ

ଭୁବନେଶ୍ବର: ପାରାଦ୍ବୀପ ବନ୍ଦର ଲାଞ୍ଚ କାରବାର ମାମଲା । ସିବିଆଇ(CBI)ରେ ଦାଖଲ ହେଲା ଗିରଫ OSL ନିର୍ଦ୍ଦେଶକ ତଥା ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କ ପାସପୋର୍ଟ । ଚର୍ଚ୍ଚିତଙ୍କ ଓକିଲ ଜୟଦୀପ ପାଲ ପାସପୋର୍ଟ ଦାଖଲ କରିଛନ୍ତି । ସେହିପରି ଶନିବାର ଚର୍ଚ୍ଚିତଙ୍କୁ ୯ ତାରିଖ ଯାଏଁ ରିମାଣ୍ଡରେ ନେଇଛି ସିବିଆଇ । ଏଥିସହ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ:ଖୋଲିବ ପାରାଦ୍ଵୀପ ଲାଞ୍ଚ ଷଡ଼ଯନ୍ତ୍ରର ଗୁମର, CBI ରିମାଣ୍ଡରେ ଚର୍ଚ୍ଚିତଙ୍କ ସମେତ 6 ଅଭିଯୁକ୍ତ

ପାରାଦୀପ ବନ୍ଦର କନଭେୟର ବେଲ୍ଟ ପାଇଁ ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଛନ୍ତି । ଅନ୍ୟପଟେ ଶନିବାର OSLର ତାଉସିଫ୍ ହୁସେନ ଖାନ ନାମକ କର୍ମଚାରୀ ସିବିଆଇ ଅଫିସରେ ହାଜର ହୋଇଛନ୍ତି । ହୁସେନ ଖାନ OSL(Orissa Stevedores Ltd)ର ଲିଗାଲ ଡିପାର୍ଟମେଣ୍ଟ କର୍ମଚାରୀ ଅଟନ୍ତି । ଏତଲାରେ ଦର୍ଶାଯାଇଥିବା ତଥ୍ୟ ଆଧାରରେ ତାଙ୍କୁ ସିବିଆଇ ଡକାଇ ପଚରାଉଚରା କରିଛି ।

ଅଭିଯୋଗ ରହିଛି ଯେ, OSL ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁ ମିଡିଲମ୍ୟାନ ସୁମନ୍ତ ରାଉତକୁ ତାଉସିଫ୍ ହୁସେନ ଖାନଙ୍କ ସହ ଭେଟିବାକୁ କହିଥିଲେ । ତେବେ କାହିଁକି ସେ ଭେଟିବାକୁ କହିଥିଲେ ଏବଂ କ'ଣ ହୋଇଥିଲା, ଏନେଇ ସେ ସିବିଆଇ ଆଗରେ ତଥ୍ୟ ରଖିଛନ୍ତି । OSLର ଓକିଲ ରାଜେନ୍ଦ୍ର ମିଶ୍ରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details