ଓଡିଶା

odisha

ETV Bharat / city

ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ଏଯାଏଁ ହୋଇନି ଶିକ୍ଷକ ନିଯୁକ୍ତି - ଓଡ଼ିଶା ସ୍ପେଶାଲ ଏଜୁକେଟର ଦିବ୍ୟାଙ୍ଗ ସଂଘ

ଗତ ବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ, ଏପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି । ଏହି ଆଦେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି କରିଛି ଓଡ଼ିଶା ସ୍ପେଶାଲ ଏଜୁକେଟର ଦିବ୍ୟାଙ୍ଗ ସଂଘ । ଅଧିକ ପଢନ୍ତୁ

OSEFDର ତାଲିମ ପ୍ରାପ୍ତ ଶିକ୍ଷକ ଦାବି
OSEFDର ତାଲିମ ପ୍ରାପ୍ତ ଶିକ୍ଷକ ଦାବି

By

Published : Oct 10, 2022, 5:36 PM IST

ଭୁବନେଶ୍ବର: ରାଜ୍ୟରେ ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ । ସେମାନଙ୍କ ପାଇଁ ରହିବେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ । ଯାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଡମ୍ବନାର ବିଷୟ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେବେ ଏହି ଆଦେଶକୁ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି କରିଛି ଓଡ଼ିଶା ସ୍ପେଶାଲ ଏଜୁକେଟର ଦିବ୍ୟାଙ୍ଗ ସଂଘ(Odisha Special Educator Federation) ।

ସଂଘର ଦାବି ଅନୁସାରେ, ଓଡ଼ିଶାରେ ୬୪ ହଜାରରୁ ଅଧିକ ବିଦ୍ୟାଳୟରେ ପ୍ରାୟ ୮୦ ହଜାର ଛାତ୍ରଛାତ୍ରୀ ରହିଛନ୍ତି । ଏମାନଙ୍କ ପାଇଁ ତାଲିମ ପ୍ରାପ୍ତ ଶିକ୍ଷକ ନାହାଁନ୍ତି । ଏନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିବା ପରେ ପ୍ରତ୍ୟେକ ରାଜ୍ୟର ସାଧାରଣ ବିଦ୍ୟାଳୟରେ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

OSEFDର ତାଲିମ ପ୍ରାପ୍ତ ଶିକ୍ଷକ ଦାବି

ଏହା ମଧ୍ୟ ପଢନ୍ତୁ: ସାଧାରଣ ସ୍କୁଲରେ ପାଠ ପଢିବେ ଭିନ୍ନକ୍ଷମ ଛାତ୍ରଛାତ୍ରୀ, ରହିବେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକ

ଏନେଇ ସଂଘର ସାଧାରଣ ସମ୍ପାଦକ ଆୟୁଷ୍ମାନ ଚୌଧୁରୀ କହିଛନ୍ତି ଯେ, "ଗତ ବର୍ଷ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି । ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏଁ ସ୍ଵତନ୍ତ୍ର ଶିକ୍ଷକ ରହିବେ । ସେହିଭଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୧୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଲେଖାଏଁ ସ୍ଵତନ୍ତ୍ର ଶିକ୍ଷକ ରହିବେ । କିନ୍ତୁ ତାଲିମପ୍ରାପ୍ତ ଶିକ୍ଷକ ମାନେ ବିଭିନ୍ନ ବିଭାଗ ପରେ ବିଭାଗକୁ ଦୌଡ଼ୁଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ ।

ଆଶାୟୀ ଶିକ୍ଷକ ରାକେଶ ସାହୁଙ୍କ କହିବା ଅନୁସାରେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ସ୍ଵତନ୍ତ୍ର ଭାବରେ ତାଲିମ ନେଇଥିବା ଶିକ୍ଷକ ଦରକାର । କାରଣ ସେମାନଙ୍କର ସ୍ଵତନ୍ତ୍ର ଶିକ୍ଷା ପଦ୍ଧତି ରହିଛି । ଅନେକ ପିଲା ଏହି ଦିବ୍ୟାଙ୍ଗ ପିଲାଙ୍କୁ ପଢାଇବା ଲାଗି ତାଲିମ ନେଇଥିବାବେଳେ ରାଜ୍ୟରେ ଏଭଳି ପୋଷ୍ଟ ବିଜ୍ଞପ୍ତି ପ୍ରକାଶ ପାଉନାହିଁ ।"

ଏପଟେ ଶିକ୍ଷାବିତ ଜଲିଲ ଖାଁ କହିଛନ୍ତି ଯେ, "ସାଧାରଣ ସ୍କୁଲରେ ତୁରନ୍ତ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକତା ରହିଛି । ତେଣୁ ସରକାର ତୁରନ୍ତ ଏ ଦିଗରେ ତୁରନ୍ତ ଉଚିତ୍‌ ପଦକ୍ଷେପ ନିଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details