ଓଡିଶା

odisha

By

Published : Oct 10, 2021, 5:48 PM IST

ETV Bharat / city

ରୋଜଗାର ଦେଉଛି OSDA, ରାଜ୍ୟ ବାହାରେ ନିଯୁକ୍ତି ପାଇଲେ 22 ଆଦିବାସୀ ଯୁବତୀ

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (OSDA)ରୁ ପ୍ରଶିକ୍ଷିତ ହେବା ପରେ ରାଜ୍ୟ ବାହାରେ କର୍ମନିଯୁକ୍ତି ପାଇଲେ ୨୨ ଆଦିବାସୀ ଯୁବତୀ । ଅଧିକ ପଢନ୍ତୁ...

ରୋଜଗାର ଦେଉଛି OSDA , ରାଜ୍ୟ ବାହାରେ ନିଯୁକ୍ତି ପାଇଲେ 22 ଆଦିବାସୀ ଯୁବତୀ
ରୋଜଗାର ଦେଉଛି OSDA , ରାଜ୍ୟ ବାହାରେ ନିଯୁକ୍ତି ପାଇଲେ 22 ଆଦିବାସୀ ଯୁବତୀ

ଭୁବନେଶ୍ବର: ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ(OSDA)ରୁ ଦୁଇ ମାସର ମାଗଣା ତାଲିମ ପରେ ରାଜ୍ୟ ବାହାରେ ନିଯୁକ୍ତି ପାଇଲେ 22 ଆଦିବାସୀ ଏବଂ ପଛୁଆ ବର୍ଗର ଛାତ୍ରୀ। ତାମିଲନାଡୁର ଏକ ଘରୋଇ କମ୍ପାନୀରେ ଏହି ୨୨ ଆଦିବାସୀ ପ୍ରଶିକ୍ଷିତ ଯୁବତୀଙ୍କୁ ନିଯୁକ୍ତି ମିଳିଛି ।

ରୋଜଗାର ଦେଉଛି OSDA, ରାଜ୍ୟ ବାହାରେ ନିଯୁକ୍ତି ପାଇଲେ 22 ଆଦିବାସୀ ଯୁବତୀ

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣରେ ଗତ ୨ମାସର ଦେୟମୁକ୍ତ ପ୍ରଶିକ୍ଷଣ ନେବାପରେ 22 ଆଦିବାସୀ ଏବଂ ପଛୁଆବର୍ଗର ଛାତ୍ରୀଙ୍କୁ ତାମିଲନାଡୁର ଏକ ଘରୋଇ କମ୍ପାନୀରେ ଏହି ନିଯୁକ୍ତି ସୁଯୋଗ ମିଳିଛି । ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀମାନେ ରାଜଗାଙ୍ଗପୁର ଏବଂ ଝାରସୁଗୁଡା ଅଞ୍ଚଳରୁ ପ୍ରଶିକ୍ଷଣ ନେଇ ତାମିଲନାଡୁକୁ ଯାଇଛନ୍ତି।

ଉତ୍ତମ ପ୍ରଶିକ୍ଷଣ ଏବଂ କୁଶଳୀ କାରୀଗର ପାଇଁ ନିଯୁକ୍ତିଦାତାଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ଗରିବ ଛାତ୍ରଛାତ୍ରୀଙ୍କୁ ଆଣି ମାଗଣା ଖାଇବା ରହିବା ସହ ଉଚିତ ପ୍ରଶିକ୍ଷଣ ଦେଇ ବର୍ତ୍ତମାନର ବୈଶୟିକ ଆବଶ୍ୟକତାକୁ ଦେଖି କୁଶଳୀ ଭାବେ ପ୍ରସ୍ତୁତ କରୁଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ । ପ୍ରତିବର୍ଷ ରାଜ୍ୟରୁ ପାଖାପାଖି 5 ହଜାର ପିଲାଙ୍କୁ ପ୍ରଶିକ୍ଷିତ କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ଯୋଗାଯାଇପାରୁଛି ।

କେବଳ ଯେ ନିଯୁକ୍ତି ମିଳିସାରିବା ପରେ ଦାୟିତ୍ବ ସାରି ନଦେଇ ସେମାନେ କିପରି କର୍ମକ୍ଷେତ୍ରରେ ନିର୍ଯ୍ୟାତିତ ନହେବେ, ସେ ନେଇ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏବେ ରାଜ୍ୟର 30ଟି ଜିଲ୍ଲାରେ 30ଟି ଦକ୍ଷତା ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ ଥିବାବେଳେ ପ୍ରତି ବ୍ୟାଚର ପିଲାଙ୍କୁ ୨ ମାସର ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ତେବେ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ଦେଶରେ ସବୁଠୁ ଉତ୍କୃଷ୍ଠ ବୋଲି କହିଛନ୍ତି OSDA ନୋଡାଲ ଅଫିସର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details