ଓଡିଶା

odisha

By

Published : May 17, 2022, 1:54 PM IST

ETV Bharat / city

ବଦଳିପାରେ ସ୍କୁଲ ଟାଇମ, ଗଣଶିକ୍ଷା ବିଭାଗକୁ OSCPCR ଅଧ୍ୟକ୍ଷାଙ୍କ ଚିଠି

ସ୍କୁଲର ପାଠପଢା ଅବଧିକୁ ବୃଦ୍ଧି କରିବା ସପକ୍ଷରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(OSCPCR) । ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଏହି ମର୍ମରେ ଲେଖିଲେ ଚିଠି । ପାଣିପାଗରେ ପରିବର୍ତ୍ତନ ଆସିଥିବାରୁ ବିଭାଗକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା । ଅଧିକ ପଢନ୍ତୁ

ସ୍କୁଲର ପାଠପଢା ସମୟ ବୃଦ୍ଧି ପ୍ରସଙ୍ଗ
ସ୍କୁଲର ପାଠପଢା ସମୟ ବୃଦ୍ଧି ସପକ୍ଷରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ବର: ମହାମାରୀରେ ଜୀବନ ଜୀବିକା ଟ୍ରାକ ବାହାରକୁ ଚାଲିଯାଇଥିଲା । ବିଶେଷ କରି ବ୍ୟବସାୟ ଓ ପାଠପଢା ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଅସିବା ପରେ ପାଠପଢା ଆରମ୍ଭ ହୋଇଛି । ହେଲେ ହୋଇଥିବା ପାଠପଢା କ୍ଷତି ଭରଣା ପାଇଁ ଯେତିକି ସମୟର ପାଠପଢା ହେବା କଥା ହେଉନାହିଁ । ସେଥିପାଇଁ ସ୍କୁଲ ପାଠପଢା ସମୟ ବୃଦ୍ଧି କରିବା ସପକ୍ଷରେ ରହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (State Commission for Protection of Child Rights) । ଏ ନେଇ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛନ୍ତି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ସ୍କୁଲର ପାଠପଢା ସମୟ ବୃଦ୍ଧି ପ୍ରସଙ୍ଗ

ପାଣିପାଗରେ ପରିବର୍ତ୍ତନ ଆସିଥିବାରୁ ବିଭାଗକୁ ପରାମର୍ଶ ଦେଇଛନ୍ତି ଆୟୋଗ ଅଧ୍ୟକ୍ଷା । ବର୍ତ୍ତମାନ ସ୍କୁଲର ପାଠପଢା ସମୟ ସକାଳ 6ଟା ଠାରୁ 9ଟା ରହିଛି । ଅନ୍ୟୁନ 1 ଘଣ୍ଟା ବୃଦ୍ଧି କରି 10 ଟା ପର୍ଯ୍ୟନ୍ତ ପାଠ ପଢ଼ା କରାଯାଉ ବୋଲି ପରାମର୍ଶ ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଜୁନ 4 ତାରିଖ ପର୍ଯ୍ୟନ୍ତ ପାଠପଢା ଚାଲିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ପାଠ୍ୟକ୍ରମ ସରିବା ନେଇ ଆଶଙ୍କା ରହିଛି ।

ମୋଟ 27 ଦିନ କାର୍ଯ୍ୟଦିବସ ମଧ୍ୟରୁ ବୁଦ୍ଧପୂର୍ଣ୍ଣିମା ଓ ସାବିତ୍ରୀ ଅମାବାସ୍ୟା ଛୁଟି ଘୋଷଣା ଯୋଗୁଁ କାର୍ଯ୍ୟଦିବସ କମିଛି । ତେଣୁ ପାଠ୍ୟକ୍ରମ ସାରିବାରେ ସମସ୍ୟା ଉପୁଜିପାରେ । ସ୍କୁଲ ପାଠପଢା ସମୟ ବଢାଗଲେ ପିଲାଙ୍କ ପଠାକୁ ନେଇ ସମସ୍ୟା ଦୂର ହୋଇପାରନ୍ତା ବୋଲି କହିଛନ୍ତି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details