ଭୁବନେଶ୍ବର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ବର ଆର ଆଣ୍ଡ ବି ଡିଭିଜନ 1ର ସିନିୟର କ୍ଲର୍କ ଅସିତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ତେବେ ଚଢାଉ ସମୟରେ ବିପୁଳ ପରିମାଣର ଅଳଙ୍କାର ସହ ଟଙ୍କା ଠାବ କରାଯାଇଛି ।
ସିନିୟର କ୍ଲର୍କଙ୍କ ଡୁମୁଡୁମା ବାସଭବନ ସମେତ ଜଟଣି ପ୍ରଧାନ ସାହିରେ ଥିବା ଘର, ଗୋଳନ୍ଥରାରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ଏକ ଫ୍ଲାଟ, ଆରଆଣ୍ଡବି ଡିଭିଜନ ଅଫିସକୁ ମିଶାଇ ମୋଟ 5ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।