ଓଡିଶା

odisha

ETV Bharat / city

ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳା-୨୦୨୧ରେ ଓରମାସ ଷ୍ଟଲ୍, ଚାହିଦାରେ କନ୍ଧମାଳର ହଳଦୀଗୁଣ୍ଡ - ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳା-୨୦୨୧

ନୂଆଦିଲ୍ଲୀରେ ଚାଲିଥିଲା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇ.ଆଇ.ଟି.ଏଫ୍) ସରସ ମେଳା-2021ରେ ସାମିଲ ହୋଇଛି ଓଡିଶାର ୫ ଜିଲ୍ଲାର ବିଭିନ୍ନ ଷ୍ଟଲ । ଚାହିଦାରେ ଯାଜପୁର ଟସର ଶାଢ଼ୀ ସହ କନ୍ଧମାଳ ହଳଦୀ ଓ ବ୍ରହ୍ମପୁର ଆଚାର । ଅଧିକ ପଢନ୍ତୁ

ORMAS Stall in IITF Saras Exhibition 2021 new delhi
ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳା-୨୦୨୧ରେ ଓରମାସ ଷ୍ଟଲ୍

By

Published : Nov 17, 2021, 9:24 PM IST

ଭୁବନେଶ୍ବର:ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳାରେ ଓରମାସ ଷ୍ଟଲ । ଚାହିଦାରେ ଯାଜପୁର ଟସର ଶାଢ଼ୀ ସହ କନ୍ଧମାଳ ହଳଦୀ ଓ ବ୍ରହ୍ମପୁର ଆଚାର । ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇ.ଆଇ.ଟି.ଏଫ୍) ସରସ ମେଳା-2021ରେ ସାମିଲ ହୋଇଛି ଓଡିଶାର ବିଭିନ୍ନ ଷ୍ଟଲ ।

ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳା-୨୦୨୧ରେ ଓରମାସ ଷ୍ଟଲ୍

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ପାଞ୍ଚଟି ଷ୍ଟଲ୍ ଖୋଲାଯାଇଛି । ଗଞ୍ଜାମ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ ଓ କନ୍ଧମାଳ ଜିଲ୍ଲାର ସ୍ବୟଂ ସହାୟକ ଗୋଷ୍ଠୀ/ଉତ୍ପାଦକ ଗୋଷ୍ଠୀ ସଦସ୍ୟମାନଙ୍କ ଦ୍ବାରା ପରିଚାଳିତ ଏହି ଷ୍ଟଲରେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ, ହସ୍ତଶିଳ୍ପ, ଆଚାର, ବଡ଼ି, ପାମ୍ପଡ଼, ଘରକରଣା ସାମଗ୍ରୀ ସହ ସାଜସଜ୍ଜା ଜିନିଷ ସବୁ ବିକ୍ରି କରାଯାଉଛି । ଓରମାସ ତତ୍ତ୍ବାବଧାନରେ ପ୍ରଗତି ମୈଦାନର ଏ.ବି.ସି-7 ହୋଲର 8,9,10,90 ଓ 91 ନମ୍ବର ଷ୍ଟଲରେ ଏହି ଓଡ଼ିଶା ସାମଗ୍ରୀ ବିକ୍ରି କରାଯାଉଛି ।

ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳା-୨୦୨୧ରେ ଓରମାସ ଷ୍ଟଲ୍

ଯାଜପୁର ଜିଲ୍ଲା ଷ୍ଟଲରେ ଟସର ଶାଢ଼ୀ, ଷ୍ଟଲ୍, ଜ୍ୟାକେଟ, ସଲ୍ ଆଦି ବିକ୍ରି ହେଉଥିବାବେଳେ, ବାଲେଶ୍ବର ଷ୍ଟଲରେ ଉଲ୍, କପଡ଼ା ଆଦିରୁ ପ୍ରସ୍ତୁତ ଡେକୋରେଟିଭ ସାମଗ୍ରୀ ସହ ଲାଖରୁ ତିଆରି ଜିନିଷ ମଧ୍ୟ ବିକ୍ରି କରାଯାଉଛି । ସେହିପରି ଗଞ୍ଜାମ ଜିଲ୍ଲା ଷ୍ଟଲରେ ବ୍ରହ୍ମପୁରର ପ୍ରସିଦ୍ଧ ଆଚାର,ପାମ୍ପଡ଼, ବଡ଼ି ସହ ପାଟି ସୁଆଦିଆ ଚଟପଟି ସ୍ନାକ୍ସ ଆଦି ବିକ୍ରି କରାଯାଉଛି। ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଏହି ସବୁ ସାମଗ୍ରୀର ଭଲ ଚାହିଦା ମଧ୍ୟ ଦେଖିବାକୁ ମିଳିଛି ।

ଦିଲ୍ଲୀ ଅନ୍ତର୍ଜାତୀୟ ସରସ ମେଳା-୨୦୨୧ରେ ଓରମାସ ଷ୍ଟଲ୍

ସେହିପରି ମୟୂରଭଞ୍ଜ ଷ୍ଟଲରେ ସବାଇ ଘାସରୁ ତିଆରି ଘରକରଣା ସମାଗ୍ରୀ ସହ ବିଭିନ୍ନ ଆକର୍ଷଣୀୟ ଜିନିଷ ସବୁ ବିକ୍ରି କରାଯାଉଛି। ଜି.ଆଇ ଟ୍ୟାଗ୍ ମାନ୍ୟତାପ୍ରାପ୍ତ କନ୍ଧମାଳର ପ୍ରସିଦ୍ଧ ହଳଦୀ ଗୁଣ୍ଡ ଓ ଗୋଟା ହଳଦୀର ମଧ୍ୟ ଭଲ ବିକ୍ରି ହେଉଛି । ନଭେମ୍ବର 14 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ନଭେମ୍ବର 27 ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ ପ୍ରତିଦିନ ସକାଳ 10ରୁ ରାତି 8ଟା ଯାଏଁ ଷ୍ଟଲ ଗୁଡ଼ିକ ଖୋଲା ରହୁଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details