ଭୁବନେଶ୍ବର: କୋରୋନା ମହାମାରୀକୁ ପ୍ରତିରୋଧ କରିବାକୁ ମାସ୍କ ବ୍ୟବହାର ଅତ୍ୟନ୍ତ ଜରୁରୀ । ଯାହାକୁ ରାଜ୍ୟ ସରକାର ବାଧ୍ୟତା ମୂଳକ ମଧ୍ୟ କରିଛନ୍ତି । କୋରୋନା ବିରୋଧ ମହାମାରୀର ମହାସଂଗ୍ରାମରେ ଏଠାରେ ଜଣେ ଜଣେ ଯୁଦ୍ଧା ସାଜିଥିବାବେଳେ ଏଥିରୁ ବାଦ୍ ପଡିନାହାନ୍ତି ବରିଷ୍ଠ ପ୍ରଶାସନିକ କ୍ଷେତ୍ରରେ ନିୟୋଜିତ ଓଡ଼ିଆ IAS ଉଷା ପାଢ଼ୀ ।
ଓଡ଼ିଆ IAS ତିଆରି କଲେ ସମ୍ବଲପୁରୀ ମାସ୍କ - Oriya IAS made Sambalpuri Mask
ମହାମାରୀ କୋରୋନା ବିରୋଧୀ ମହାସଂଗ୍ରାମରେ ଏଠାରେ ଜଣେ ଜଣେ ଯୁଦ୍ଧା ସାଜିଥିବାବେଳେ ଏଥିରୁ ବାଦ୍ ପଡିନାହାନ୍ତି ବରିଷ୍ଠ ପ୍ରଶାସନିକ କ୍ଷେତ୍ରରେ ନିୟୋଜିତ ଓଡ଼ିଆ IAS ଉଷା ପାଢ଼ୀ ।
![ଓଡ଼ିଆ IAS ତିଆରି କଲେ ସମ୍ବଲପୁରୀ ମାସ୍କ Sambalpuri Mask](https://etvbharatimages.akamaized.net/etvbharat/prod-images/768-512-6763486-thumbnail-3x2-mask.jpg)
ସମ୍ବଲପୁରୀ ମାସ୍କ ତିଆରି କଲେ IAS ଉଷା ପାଢ଼ୀ
ବରିଷ୍ଠ ପ୍ରଶାସିକା ଉଷା ପାଢ଼ୀ ନିଜ ଘରେ ତିଆରି କରିଛନ୍ତି ମାସ୍କ। ତା ପୁଣି ମନ ପସନ୍ଦର ସମ୍ବଲପୁରୀ କପଡ଼ାରେ। ମାସ୍କ ଇଣ୍ଡିଆ ଅଭିଯାନକୁ ସଫଳ କରିବାକୁ ସେ ଏଥିରେ ସାମିଲ ହୋଇଛନ୍ତି। ଯାହାକି ତାଙ୍କ ଆଇଏଏସ ସ୍ଵାମୀ ଅରବିନ୍ଦ ପାଢ଼ୀ ଟ୍ବିଟ କରିଛନ୍ତି। ଆଉ ଏହି ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ ବି କରିଛନ୍ତି। କୋରୋନା ଯୁଦ୍ଧରେ ଲଢ଼ିବା ପାଇଁ ଏମାନେ ମଧ୍ୟ ସମସ୍ତଙ୍କ ପାଇଁ ସାଜିଛନ୍ତି ଉଦାହରଣ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ