ଭୁବନେଶ୍ବର: ରାଜ୍ୟର 550 ଲାବୋରେଟୋରୀ ଟେକ୍ନିସିଆନଙ୍କୁ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସାମିଲ କରାଯାଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି (orientation programme for newly recruited laboratory technicians) । ଏହି ଅବସରରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେବା ସହିତ ଲୋକାଭିମୁଖୀ କରିବା ଦିଗରେ ଉଦ୍ୟମ ଜାରି ରହିଛି । ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସଠିକ ପରୀକ୍ଷଣ ଓ ରୋଗ ନିରୂପଣ ଲାଗି ଲାବୋରେଟୋରୀ ଟେକ୍ନିସିଆନମାନଙ୍କ ଭୂମିକାକୁ ଗୁରୁତ୍ଵପୂର୍ଣ୍ଣ । ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶାକୁ ମିଶନ ମୋଡ଼ରେ ନେଇଛନ୍ତି ସରକାର ।" ନୂତନ ଟେକ୍ନିସିଆନମାନଙ୍କ ନିଯୁକ୍ତି ଦ୍ଵାରା ରାଜ୍ୟରେ ଟେଷ୍ଟିଂ ସମସ୍ୟା ଅନେକାଂଶରେ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି । ଏହାସହ କୋଭିଡ ତଥା ଅନ୍ୟାନ୍ୟ ଜନସ୍ଵାସ୍ଥ୍ୟ ଚିକିତ୍ସା ରାଜ୍ୟର ସହରାଞ୍ଚଳ ତଥା ଗ୍ରାମାଞ୍ଚଳରେ ସୁଦୃଢ଼ ହେବାରେ ସହାୟକ ହେବ ।’’