ଓଡିଶା

odisha

ETV Bharat / city

ଓଡିଶା ଆଦର୍ଶ ବିଦ୍ୟାଳୟ ୱେବସାଇଟ ଉନ୍ମୋଚିତ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବରରେ ନବନିଯୁକ୍ତ ଶିକ୍ଷକ ଓ ଅଧ୍ୟକ୍ଷଙ୍କ ପାଇଁ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

By

Published : Dec 11, 2019, 1:16 PM IST

Updated : Dec 11, 2019, 10:58 PM IST

ଭୁବନେଶ୍ବର: ଓଡିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ଶିକ୍ଷକ ଓ ଅଧ୍ୟକ୍ଷଙ୍କ ପାଇଁ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଓଡିଶା ଆଦର୍ଶ ବିଦ୍ୟାଳୟ ୱେବସାଇଟକୁ ଉନ୍ମୋଚିତ କରିଥିଲେ । ଏହା ସହ ଏହି ନୂତନ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭବିଷ୍ୟତର ନାଗରିକଙ୍କ ଗଠନରେ ସେମାନଙ୍କ ଭୂମିକା ସମ୍ପର୍କରେ ସଚେତନ କରାଇଛନ୍ତି ।

ଓଡିଶା ଆଦର୍ଶ ବିଦ୍ୟାଳୟ ୱେବସାଇଟ ଉନ୍ମୋଚିତ

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ର ସନ୍ନମୁଗମ, ଆଦର୍ଶ ବିଦ୍ୟାଳୟର ପରାମର୍ଶଦାତା ବିଜୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ନୂତନ ଭାବେ ନିଯୁକ୍ତ ପାଉଥିବ ଶିକ୍ଷକଙ୍କୁ ଦିଗଦର୍ଶନ ଦେଇଛନ୍ତି ।

ଭୁବନେଶ୍ୱରରେ ସ୍ଥାପିତ ହେବାକୁ ଥିବା ମଡେଲ ଆଦର୍ଶ ବିଦ୍ୟାଳୟରେ ସାରା ରାଜ୍ୟରୁ ବଛା ବଛା 5 ହଜାର ପିଲାମାନଙ୍କୁ ଏଠାରେ ନାମ ଲେଖାଇବାର ମିଳିବ ସୁଯୋଗ । ଯେଉଁଥିପାଇଁ ଭୁବନେଶ୍ବରରେ ସ୍ଥାନ ନିରୂପଣ ହୋଇ ସାରିଥିବା ବେଳେ ଖୁବ ଶୀଘ୍ର ଏହାର ପ୍ରତିଷ୍ଠା ନେଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି । ସେହିପରି ବର୍ତ୍ତମାନ ରାଜ୍ୟର 214 ବ୍ଲକରେ ଏହି ସ୍କୁଲ କାର୍ଯ୍ୟକାରୀ କରୁଥିବା ବେଳେ ଆସନ୍ତା ଶିକ୍ଷା ବର୍ଷ ଠାରୁ ଆହୁ 100ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି ।

ଏହି ବିଦ୍ୟାଳୟ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିପାଦିତ ଗୋଟିଏ ବିଦ୍ୟାଳୟକୁ ଜିଲ୍ଲା ସ୍ତରରେ ମଡ଼େଲ ଆଦର୍ଶ ବିଦ୍ୟାଳୟ ଭାବେ ପରିଗଣିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଏହି ବିଦ୍ୟାଳୟରେ କିପରି ପିଲାମାନେ ପାଠପଢା ପରେ ରୋଜଗାରକ୍ଷମ ହୋଇ ପାରିବେ ସେଥିପାଇଁ ଆସନ୍ତା ଶିକ୍ଷାବର୍ଷ ଠାରୁ ଭୋକେଶନାଲ ପାଠ୍ୟକ୍ରମ ଆରମ୍ଭ କରାଯିବାନେଇ ଆଲୋଚନା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି ।
ଆଜିର ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ୱେବ ସାଇଟ ଲଞ୍ଚ କରିବା ସହିତ ନୂତନ ଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏହାସହ 2019 ସିବିଏସଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବରଧାରୀ 9 ଜଣ ଛାତ୍ରଛାତ୍ରୀ ଏବଂ 6 ଜଣ କୃତି ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ଉତ୍କର୍ଷତା ପ୍ରତି ସେମାନଙ୍କ ତ୍ୟାଗ ଓ ଉଦ୍ୟମକୁ ସାଧୁବାଦ ଜଣାଇବା ସହ ସାରାଦେଶରେ ଏହାକୁ ଏକ ଆଦର୍ଶ ସ୍ଥାନରେ ପହଞ୍ଚାଇବା ପାଇଁ ଉପଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 11, 2019, 10:58 PM IST

ABOUT THE AUTHOR

...view details