ଓଡିଶା

odisha

ETV Bharat / city

ଗଣଶିକ୍ଷା ବିଭାଗରେ ପ୍ରହସନ ପାଲଟିଛି 5T: ଓପାଫ - ଗଣଶିକ୍ଷା ବିଭାଗର 5Tର କାର୍ଯ୍ୟକାରୀତା

ଗଣଶିକ୍ଷା ବିଭାଗରେ ସରକାରଙ୍କ 5T କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ । ବେସରକାରୀ ସ୍କୁଲକୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ରେଗୁଲେସନ ଆଣିବାକୁ ଦାବି କଲା ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ। ଅଧିକ ପଢ଼ନ୍ତୁ...

ଗଣଶିକ୍ଷା ବିଭାଗରେ 5ଟି ପାଲଟିଛି ପ୍ରହସନ :ଓପାଫ

By

Published : Oct 28, 2019, 3:21 PM IST

ଭୁବନେଶ୍ବର: ଓଡିଶା ଗଣଶିକ୍ଷା ବିଭାଗରେ ସରକାରଙ୍କ 5T କାର୍ଯ୍ୟକାରୀତାକୁ ନେଇ ପ୍ରଶ୍ନ ଉଠାଇଛି ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟ ଆସୋସିଏସନ ଫୋରମ। ଘରୋଇ ବିଦ୍ୟାଳୟ ମାନଙ୍କର ମନମୁଖୀ କାର୍ଯ୍ୟକଳାପ, ଗଣଶିକ୍ଷା ବିଭାଗର ନୀରବତା ଓ ସିବିଏସଇର ସ୍ଥାଣୁତା ନେଇ ଫୋରମ ଉଦବେଗ ପ୍ରକାଶ କରିଛି।

ଗଣଶିକ୍ଷା ବିଭାଗର 5Tର କାର୍ଯ୍ୟକାରୀତା ଉପରେ ଉଠିଲା ପ୍ରଶ୍ନ

ସ୍ଥାନୀୟ କର୍ମଚାରୀ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫୋରମ ପକ୍ଷରୁ କୁହାଯାଇଛି ଯେ ବିଦ୍ୟାଳୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ବେସରକାରୀ ସ୍କୁଲକୁ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ରେଗୁଲେସନ ଆଣିବାକୁ ଦାବି ଅନେକ ଥର ହୋଇଥିଲେ ମଧ୍ୟ ସରକାର ଏହାକୁ ଏଡାଇ ଏକ ଫି ରେଗୁଲେସନ କମିଟି ଗଠନ କରିଥିଲେ। ଯାହା ମାଧ୍ୟମରେ ସରକାର ରାଜ୍ୟରେ ଥିବା 5779ଟି ସ୍କୁଲ ମଧ୍ୟରୁ 291ଟି ସ୍କୁଲକୁ ଏନଓସି /ସିଓଆର ଦିଆଯାଇଥିବା ସୂଚନା ଦେଇଥିଲେ। ଏହା ବାଦ ଅନ୍ୟ ସ୍କୁଲରେ ଅଭିଭାବକମାନେ ତାଙ୍କ ପିଲାଙ୍କୁ ପାଠ ପଢ଼ାଇଲେ ଏଥିପାଇଁ ସରକାର ଦାୟୀ ରହିବେ ନାହିଁ ବୋଲି କହିଥିଲେ। ତେବେ ମନ୍ତ୍ରୀଙ୍କ ବିବୃତି ଉପରେ ଫୋରମ ପକ୍ଷରୁ ମଗାଯାଇଥିବା ଆରଟିଆଇ ରିପୋର୍ଟରେ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିବା ସେମାନେ କହିଛନ୍ତି। ତେଣୁ ଫୋରମର ସଭାପତି ଗଗନ ବିହାରୀ ରାଉତ ଏବଂ କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ ଏହାର ଉଚିତ ତଥ୍ୟ ଦେବାକୁ ଦାବି କରିଛନ୍ତି।

ସେହିପରି ଏନଓସି ନଥିବା ୟୁନିଟ 8 ଡିଏଭି ସ୍କୁଲ ଭଳି ଅନ୍ୟ ସ୍କୁଲ ଗୁଡିକୁ ସରକାର ତୁରନ୍ତ ବନ୍ଦ କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । 5Tର ବ୍ୟବହାର ନେଇ ସରକାର ଜୋରଦାର ପ୍ରଚାର କରୁଥିବା ବେଳେ ଏହାକୁ ଗଣ ଶିକ୍ଷାବିଭାଗରେ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି କରିଛି ଏହି ଫୋରମ। ସୋମବାର ଏହି ସାମ୍ବାଦିକ ସମ୍ମିଳନୀରେ ଫୋରମର ଉପଦେଷ୍ଟା ରବି ଦାସ, ଉପସଭାପତି ମଧୁସୂଦନ ବିଶ୍ବାଳ, ସମ୍ପାଦକ ମିତାରାଣୀ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲାଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details