ଭୁବନେଶ୍ବର : ୮ ତାରିଖ ସୁଦ୍ଧା ରାଜ୍ୟରେ ଟିକାଦାନ କେନ୍ଦ୍ର ଚିହ୍ନଟ ପାଇଁ ନିର୍ଦ୍ଦେଶ । ଏହାସହ ସ୍ବାସ୍ଥ୍ୟ ସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠିରେ ଦର୍ଶାଯାଇଛି । ସେସନ ସାଇଟରେ ପ୍ରତିକ୍ଷା କୋଠରୀ, ଟୀକାକରଣ ଓ ଅବଜରବେସନ ରୁମ ଠିକ ଅଛି ନା ନାହିଁ ସେ ସମସ୍ତ ବ୍ୟବସ୍ଥାକୁ ପରଖିବେ । ପ୍ରଥମେ ପ୍ରତିକ୍ଷା ରୁମରେ ଟୀକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ ଯେ ସେମାନଙ୍କ ନାଁ ଡାଟାବେଶରେ ଅଛି କି ନାହିଁ ।
୮ ତାରିଖ ସୁଦ୍ଧା ରାଜ୍ୟରେ ଟିକାଦାନ କେନ୍ଦ୍ର ଚିହ୍ନଟ ପାଇଁ ନିର୍ଦ୍ଦେଶ
୮ ତାରିଖ ସୁଦ୍ଧା ରାଜ୍ୟରେ ଟିକାଦାନ କେନ୍ଦ୍ର ଚିହ୍ନଟ ପାଇଁ ନିର୍ଦ୍ଦେଶ । ପରଖାଯିବ ପ୍ରତିକ୍ଷା କୋଠରୀ, ଟୀକାକରଣ ଓ ଅବଜରବେସନ ରୁମ । ଅଧିକ ପଢନ୍ତୁ...
୮ ତାରିଖ ସୁଦ୍ଧା ରାଜ୍ୟରେ ଟିକାଦାନ କେନ୍ଦ୍ର ଚିହ୍ନଟ ପାଇଁ ନିର୍ଦ୍ଦେଶ
ଏହାପରେ ଟୀକାକରଣ ରୁମରେ ସେମାନଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟୀକା ଦିଆଯିବ । ଏହା ପରେ ସେମାନଙ୍କୁ ଅବଜରବେସନ ରୁମରେ 30 ମିନିଟ ରଖାଯିବ । ଏହା ଭିତରେ ପାର୍ଶ୍ଵ ପ୍ରତିକ୍ରିୟା ନ ଆସିଲେ ସେମାନଙ୍କୁ ଛଡ଼ା ଯିବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ