ଭୁବନେଶ୍ବର: OPSC ପକ୍ଷରୁ ରାଜ୍ୟରେ ଥିବା ବିଭିନ୍ନ ଡିଗ୍ରୀ କଲେଜଗୁଡିକରେ ଓଇଏସ ବର୍ଗର ନିଯୁକ୍ତ ହେବେ 606 ଆସିଷ୍ଟାଣ୍ଟ ପ୍ରଫେସର । ବିନା ଲିଖିତ ପକ୍ରିୟାରେ ଚୟନ ହେବା ସହ କ୍ୟାରିୟର ମାର୍କ ଓ ସାକ୍ଷାତକାରରେ ଚୟନ ପକ୍ରିୟା କରାଯିବ ।
ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଡିଗ୍ରୀ କଲେଜଗୁଡିକରେ ଆସିଷ୍ଟାଣ୍ଟ ପ୍ରଫେସର ଗ୍ରୁପ ଏ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହା 606ଟି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ପଦବୀ ରହିଛି । ବିନା ଲିଖିତ ପକ୍ରିୟାରେ ଚୟନ କରାଯିବା ସହ ସେମାନଙ୍କର କ୍ୟାରିୟର ମାର୍କ ଓ ସାକ୍ଷତାକାର ଆଧାରରେ ହେବ ଚୟନ । ଆବେଦନ ପକ୍ରିୟା ଆସନ୍ତା 26 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ । ଆଶାୟୀ ପାର୍ଥୀମାନେ ପିଜି ଓ ନେଟ କରିଥିବା ଆବଶ୍ୟକ ।
ନିଯୁକ୍ତ ହେବେ 606 ଆସିଷ୍ଟାଣ୍ଟ ପ୍ରଫେସର, ଜାରି ହେଲା ବିଜ୍ଞପ୍ତି - ଓପିଏସସି
ଖାଲି ପଡିଛି ବିଭିନ୍ନ ଡିଗ୍ରୀ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ । ଓପିଏସସି ପକ୍ଷରୁ ବିଜ୍ଞପ୍ତି ଜାରି । ଅଧିକ ପଢନ୍ତୁ...

ନିଯୁକ୍ତ ହେବେ 606 ଆସିଷ୍ଟାଣ୍ଟ ପ୍ରଫେସର, ଜାରି ହେଲା ବିଜ୍ଞପ୍ତି
ତେବେ ଆନ୍ତ୍ରପୋଲୋଜିରେ 3ଟି ପଦବୀ, ବଟନିରେ 48ଟି ପଦବୀ, କେମେଷ୍ଟ୍ରିରେ 85, କମର୍ସରେ 30, ଅର୍ଥନୀତିରେ 40, ଏଜୁକେସନରେ 20, ଇଂରାଜୀରେ 44, ପରିବେଶ ବିଜ୍ଞାନରେ 5, ଭୂଗୋଳରେ 10, ଜୁଲୋଜିରେ 8, ଇତିହାସରେ 30, ଲଜିକ ଓ ଫିଲୋସଫିରେ 10, ଗଣିତରେ 63, ଓଡ଼ିଆରେ 25, ଫିଜିକ୍ସରେ 75, ପଲଟିକାଲ ସାଇନ୍ସରେ 10, ମନସ୍ତତ୍ୱ୍ବବିଜ୍ଞାନରେ 14, ସୋସିଅଲୋଜିରେ 12, ଲାଇଫ ସାଇନ୍ସରେ 3, ଜୁଲୋଜିରେ 68 ପଦବୀ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ