ଭୁବନେଶ୍ବର:ଏଏସଓ ଲିଖିତ ପରୀକ୍ଷା ଲାଗି ଘୋଷଣା ହେଲା ନୂଆ ତାରିଖ । ଆସନ୍ତା ଅଗଷ୍ଟ ୨୭ରେ ହେବ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା ଆୟୋଗ (OPSC) ଅଧ୍ୟକ୍ଷ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ, ବନ୍ୟା ଯୋଗୁଁ ଘୁଞ୍ଚିଥିଲା ।
ପ୍ରଥମ ପର୍ଯ୍ୟାୟରେ ଜେନେରାଲ ଆୱାରାନେଶ ପରୀକ୍ଷା ହେବାକୁ ଥିବାବେଳେ ସକାଳ 9ଟା ରୁ 10ଟା 30 ପର୍ଯ୍ୟନ୍ତ ଜାରି ରହିବ । ଭିନ୍ନକ୍ଷମ ପିଲାଙ୍କ ପାଇଁ 30 ମିନିଟ ଅଧିକ ସମୟ ମଧ୍ୟ ଦିଆଯିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ 11ଟା 30ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ଏହି ସିଟିଂରେ ଗଣିତ ସହ ରିଜୋନିଂ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।