ଭୁବନେଶ୍ୱର: ବଜେଟ ଆଗତ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ହୋଇସାରିଛି 2020-21 ଅର୍ଥନୈତିକ ସର୍ଭେ ରିପୋର୍ଟ । ମହାମାରୀ କୋରୋନା ପ୍ରଭାବରେ ପ୍ରଭାବରେ ପ୍ରଭାବିତ ହୋଇଛି ରାଜ୍ୟ ଅର୍ଥନୀତି । ମହାମାରୀ ଯୋଗୁଁ ରାଜ୍ୟ ଅର୍ଥନୀତି ଅଭିବୃଦ୍ଧି ହାର ୪.୯ ପ୍ରତିଶତ ତଳକୁ ଖସିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି । ସେପଟେ ମୁଣ୍ଡ ପିଛା ଆୟ କମିଛି । ଗତବର୍ଷ ତୁଳନାରେ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ ୨୪୧୦ ଟଙ୍କାକୁ କମିବ । କୃଷି କ୍ଷେତ୍ରରେ ରାଜ୍ୟର ପଦର୍ଶନ ଖରାପ ରହିବ । ତେବେ ଏହି ଆର୍ଥିକ ଅଭିବୃଦ୍ଧି ହାରକୁ ନୈରାଶ୍ୟ ଜନକ ବୋଲି କହିଛନ୍ତି ବିରୋଧୀ ।
ମହାମାରୀ କୋରୋନା କାଳରେ ବାଧାପ୍ରାପ୍ତ ରାଜ୍ୟର ଅର୍ଥନୀତି । ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଯାଇଛି । ତେଣୁ ଚଳିତ ବର୍ଷ ଆର୍ଥିକ ଦୂରାବସ୍ଥା ଲାଗିରହିଛି । ନବୀନ ବାବୁ କେମିତି ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।