ଓଡିଶା

odisha

By

Published : Nov 23, 2019, 11:17 PM IST

ETV Bharat / city

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ବିରୋଧୀଙ୍କ କଡା ପ୍ରତିକ୍ରିୟା

ମହିଳା ଓ ଶିଶୁଙ୍କୁ ନେଇ ବିରୋଧୀ ରାଜନୀତି ନକରିବାକୁ ଶୁକ୍ରବାର ଗୃହରେ ପ୍ରତିକ୍ରିୟା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର କଂଗ୍ରେସ ଓ ବିଜେପି ନେତା ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମହିଳା ଓ ଶିଶୁଙ୍କୁ ନେଇ ରାଜନୀତି ନକରିବାକୁ ଶୁକ୍ରବାର ବିଧାନସଭାରେ ବିରୋଧୀଙ୍କୁ ଆହ୍ବାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ବାନକୁ ନେଇ ଏବେ ଜୋର ଧରିଛି ରାଜନୀତି । ବିରୋଧୀ ନେତା ଏନେଇ କଡା ପ୍ରତିକ୍ରିୟା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସ ନେତା ତାରା ବାହିନୀପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ପ୍ରତିଦିନ 5ଟି ନାରୀ ଓ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି । ମାତ୍ର ବର୍ଷକୁ 5ରୁ 7ଟି ମାମଲାରେ ଅଭିଯୁକ୍ତ ଦୋଷୀ ହେଉଛନ୍ତି । ଯାଜପୁର ପିଇଓ ସ୍ମିତାରାଣୀ ଘଟଣାକୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ୍ ତାଙ୍କ ପରିବାରକୁ ନ୍ୟାୟ ମିଳିପାରିନାହିଁ । ତାହେଲେ ମୁଖ୍ୟମନ୍ତ୍ରୀ କଣ ଏଭଳି ଭାବେ ନାରୀକୁ ସମ୍ମାନ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ବିରୋଧୀ ।

ସେହିପରି ବିରୋଧୀ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କାଗଜରେ ଯାହା ଦିଆଗଲା ତାହା ସେ ପଢିଦେଲେ । ବୃଦ୍ଧି ପାଉଥିବା ହିଂସାକୁ ନେଇ ବିରୋଧୀ ବିରୋଧ କରିବ ନାହିଁ ତ ଆଉ କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ଆମ ବିରୋଧକୁ ମୁଖ୍ୟମନ୍ତ୍ରୀ ସହିପାରୁନାହାନ୍ତି ତେବେ ରାଜ୍ୟରେ ଦୁଷ୍କର୍ମ ଓ ଅପରାଧ ବନ୍ଦ କରି ଦିଅନ୍ତୁ । ଏହା ପରେ ଆମେ ଆଉ ବିରୋଧ କରିବୁ ନାହିଁ ।

ସେପଟେ ବିରୋଧୀଙ୍କ ଏଭଳି ପ୍ରତିକ୍ରିୟାକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିରୋଧୀ ମହିଳା ଓ ନାବାଳିକାଙ୍କୁ ନେଇ ରାଜନୀତି କରୁଛନ୍ତି । ତେଣୁ ଗୃହରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି କୌଣସି ଭୂଲ କଥା କହିନାହାନ୍ତି ବୋଲି ପ୍ରମିଳା ବୟାନ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details