ଓଡିଶା

odisha

ଦୁଷ୍ମନ୍ତ ଦାଶ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

By

Published : Sep 9, 2021, 4:59 PM IST

କୁଜଙ୍ଗ ଦୁଷ୍ମନ୍ତ ଦାଶ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଆଜି ଘେରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ କହୁଛନ୍ତି ସ୍ମାର୍ଟ କାର୍ଡ ଯୋଗାଇ ଦେଉଛନ୍ତି , ହେଲେ ସ୍ୱାସ୍ଥ୍ୟ ସଚିବଙ୍କ ଚିଠିକୁ କଟକ ମେଡ଼ିକାଲ ବେଖାତିର କରିଥିବା ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ...

ଦୁଷ୍ମନ୍ତ ଦାଶ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ
ଦୁଷ୍ମନ୍ତ ଦାଶ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର: କୁଜଙ୍ଗ ଦୁଷ୍ମନ୍ତ ଦାଶ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଆଜି ଘେରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ କହୁଛନ୍ତି ସ୍ମାର୍ଟ କାର୍ଡ ଯୋଗାଇ ଦେଉଛନ୍ତି , ହେଲେ ସ୍ୱାସ୍ଥ୍ୟ ସଚିବଙ୍କ ଚିଠିକୁ କଟକ ମେଡ଼ିକାଲ ବେଖାତିର କରିଥିବା ଆଲୋଚନା ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟ ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି । ସରକାର ଏଭଳି ସମୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରିବା ଆବଶ୍ୟକ ହୋଇ ପଡ଼ିଛି । ଯାହାଫଳରେ ସାଧାରଣ ଗରିବ ଜନତାଙ୍କୁ ସଠିକ ଢଙ୍ଗରେ ସ୍ବାସ୍ଥ୍ୟସେବା ପାଇ ପାରିବେ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଦୁଷ୍ମନ୍ତ ଦାଶ ମୃତ୍ୟୁ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ

ଦୁଷ୍ମନ୍ତଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, "ପୂର୍ବରୁ ମଧ୍ୟ ବିଧାନସଭା ସମ୍ମୁଖରେ ଲୋକେ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରିବାର ଦୃଷ୍ଟାନ୍ତ ରହିଛି । ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର ଅବହେଳା ଯୋଗୁଁ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି । ଦୁଷ୍ମନ୍ତଙ୍କ ମୃତ୍ୟୁ ପାଇଁ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର ।"

ବିରୋଧୀଙ୍କ ଲଗାତାର ଅଭିଯୋଗପରେ ସେପଟେ ମୁହଁ ଖୋଲିଛନ୍ତି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଳିକ । ଦୁଷ୍ମନ୍ତଙ୍କ ଚିକିତ୍ସା ଠିକ ଭାବରେ କରାଯାଇଥିବା କଥା ସେ କହିଛନ୍ତି । ଦୁଷ୍ମନ୍ତ ମୃତ୍ୟୁ ଘଟଣାରେ ବିଜେପିର ଚକ୍ରାନ୍ତ ରହିଛି ବୋଲି ସେ କହିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, "ମେଡ଼ିକାଲରେ ଦୁଷ୍ମନ୍ତଙ୍କ ଚିକିତ୍ସା ଠିକ୍ ଭାବରେ କରାଯାଇଛି । କୌଣସି ଜାଗାରେ ତାଙ୍କୁ ଅବହେଳା କରାଯାଇନାହିଁ । ବିରୋଧୀ ବିଜେପି ଦଳ ତାଙ୍କ ପରିବାରକୁ ମତେଇ ଏମିତି କରୁଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ଆଗକୁ ଚିକିତ୍ସା ସୁବିଧା ମିଳିବ। "


ସେପଟେ ମେଡ଼ିକାଲରେ ସେ ଯୁବକର ଚିକିତ୍ସା ଠିକ ସେ କରାଯାଇଛି,କୌଣସି ଜାଗାରେ ତାଙ୍କୁ ଅବହେଳା କରାଯାଇନି,ବିରୋଧୀ ବିଜେପି ଦଳ ତାଙ୍କ ପରିବାରକୁ ମତେଇ ଏମିତି କରୁଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ମାଧ୍ୟମରେ ଆଗକୁ ଚିକିତ୍ସା ସୁବିଧା ମିଳିବ।

ଜଗତସିଂହପୁର କୁଜଙ୍ଗବାସୀ ଦୁଷ୍ମନ୍ତ ଦାସଙ୍କ ଏକ ଦୁର୍ଘଟଣାରେ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତେବେ ଏସସିିିବିରେ ଏହାର ଭୁଲ ଅସ୍ତ୍ରୋପଚାର ହୋଇଥିଲେ । ଏହାକୁ ନେଇ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା । ଶେଷର ଗତକାଲି(ବୁଧବାର) ବିଧାନସଭା ସମ୍ମୁଖରେ ବିଷ ପିଇବା ସହ ହାତ କାଟି ଦେଇଥିଲେ ଦୁଷ୍ମନ୍ତ । ସଙ୍ଗେସଙ୍ଗେ ତାଙ୍କୁ କଟକ scb ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ରାତାରାତି ତାଙ୍କ ପୋଷ୍ଟମର୍ଟମ କରାଯାଇ ମୃତଦେହ ସତ୍କାର କରି ଦିଆଯାଇଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details