ଓଡିଶା

odisha

ETV Bharat / city

ବସ୍ତିରେ ଅର୍ଥବ୍ୟୟ ପ୍ରସଙ୍ଗ: ସରକାରଙ୍କୁ ଗୋଲକଙ୍କ ସମାଲୋଚନା, ସୁର କହିଲେ ପୌର ନିର୍ବାଚନ ପାଲା - slum area development issue

ପୌରାଞ୍ଚଳର ବାର୍ଷିକ ବଜେଟରୁ ୨୫ ପ୍ରତିଶତ ଅର୍ଥ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ସମସ୍ତ ପୌର ପ୍ରଶାସକଙ୍କୁ ପତ୍ର ଲେଖାଯାଇଛି । ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଅଧିକ ପଢ଼ନ୍ତୁ...

ବସ୍ତିରେ ଅର୍ଥବ୍ୟୟ ପ୍ରସଙ୍ଗ: ସରକାରଙ୍କୁ ଗୋଲକଙ୍କ ସମାଲୋଚନା, ସୁର କହିଲେ ପୌର ନିର୍ବାଚନ ପାଲା
ବସ୍ତି ଅଞ୍ଚଳରେ ଅର୍ଥ ବ୍ୟୟ ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ

By

Published : Jun 25, 2021, 7:54 PM IST

Updated : Jun 25, 2021, 8:34 PM IST

ଭୁବନେଶ୍ୱର: ପୌରାଞ୍ଚଳର ବାର୍ଷିକ ବଜେଟରୁ ୨୫ ପ୍ରତିଶତ ଅର୍ଥ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ସମସ୍ତ ପୌର ପ୍ରଶାସକଙ୍କୁ ପତ୍ର ଲେଖାଯାଇଛି । ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି । ଆସନ୍ତା ପୌର ନିର୍ବାଚନରେ ରାଜ୍ୟର ବସ୍ତି ଭୋଟ ହାତେଇବା ଲାଗି ସରକାର ଏହି ଚାଲ ଖେଳିଥିବା ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି ।

ବସ୍ତିରେ ଅର୍ଥବ୍ୟୟ ପ୍ରସଙ୍ଗ: ସରକାରଙ୍କୁ ଗୋଲକଙ୍କ ସମାଲୋଚନା, ସୁର କହିଲେ ପୌର ନିର୍ବାଚନ ପାଲା

ପୌରାଞ୍ଚଳର ବାର୍ଷିକ ବଜେଟରୁ ଅର୍ଥ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ସମସ୍ତ ପୌର ପ୍ରଶାସକମାନଙ୍କୁ ପତ୍ର ଲେଖାଯାଇଛି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, "ଆସନ୍ତା ପୌର ନିର୍ବାଚନ ପାଇଁ ଏହି ଘୋଷଣା । ୨୧ ବର୍ଷ ହେଲା ସରକାରଙ୍କ ବସ୍ତିବାସିନ୍ଦାଙ୍କ କଥା ମନେ ପଡୁନଥିଲା । ଏବେ ମନେ ପଡୁଛି । ସ୍ମାର୍ଟସିିଟିରେ ଆଜି ପର୍ଯ୍ୟନ୍ତ ବିକାଶ ହୋଇ ପାରିଲା ନାହିଁ । ଟିକିଏ ବର୍ଷାରେ ରାଜଧାନୀର ଅନେକ ଅଞ୍ଚଳ ପାଣି ଭର୍ତ୍ତି ହେଉଛି ।"

କେବଳ କଂଗ୍ରେସ ନୁହେଁ ବସ୍ତି ଉନ୍ନତି ପାଇଁ ବ୍ୟୟ ଘୋଷଣା ପରେ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ସେ କହିଛନ୍ତି ଯେ, "ଜମି ନାହିଁ ସରକାର ପଟା ବାଣ୍ଟୁଛନ୍ତି । କେବଳ ତାହା କାଗଜ ଖଣ୍ଡିଏ ହୋଇ ପଡିରହିଛି । ବ୍ୟାଙ୍କରୁ ଲୋନ ମିଳୁନି କି ଜମି ମିଳୁନି । ସରକାର ନିର୍ବାଚନକୁ ଆଖି ଆଗରେ ରଖି ଏମିତି ଘୋଷଣା କରନ୍ତି । ନିର୍ବାଚନ ସରିଲେ ଭୁଲିଯାଆନ୍ତି । ଯାହା ସରକାରଙ୍କ ଘୋଷଣା ଇତିହାସ କହୁଛି ।"

ସେପଟେ ବିରୋଧିଙ୍କ ଅଭିଯୋଗର ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, "ଏହା ବିରୋଧୀଙ୍କ ଅସହିଷ୍ଣୁ ଭାବ । ନିର୍ବାଚନ ଆସିଲା ବୋଲି କଣ ଲୋକଙ୍କ କାମ ହେବନାହିଁ ? ବସ୍ତିଲୋକଙ୍କ ବିକାଶରେ ସାମିଲ ହୁଅନ୍ତୁ ବିରୋଧୀ । ନଚେତ ବସ୍ତି ଲୋକ କ୍ଷମା ଦେବେ ନାହିଁ । ନିର୍ବାଚନ କେବେ ହେବ ତାହା ଠିକ ନାହିଁ ।

ବସ୍ତିର ବିକାଶ ଏକ ନିରନ୍ତର ପ୍ରକ୍ରିୟା ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । 2019ରୁ କାର୍ଯ୍ୟକାଳ ସାରିଥିଲେ ବି ପୌର ପରିଷଦ ନିର୍ବାଚନ ହୋଇନାହିଁ । କୋଭିଡ ମହାମାରୀ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ନିର୍ବାଚନ ଘୋଷଣା ଘୁଞ୍ଚା ଯାଇଛି ବୋଲି କୁହାଯାଉଛି । ତେବେ ଏହାରି ଭିତରେ ଗତକାଲି (ଗୁରୁବାର) ପୌରାଞ୍ଚଳର ବାର୍ଷିକ ବଜେଟରୁ ୨୫ ପ୍ରତିଶତ ଅର୍ଥ ବସ୍ତି ଅଞ୍ଚଳରେ ବ୍ୟୟ କରିବାକୁ ସମସ୍ତ ପୌର ପ୍ରଶାସକ ମାନଙ୍କୁ ପତ୍ର ଲେଖାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 25, 2021, 8:34 PM IST

ABOUT THE AUTHOR

...view details