ଓଡିଶା

odisha

ETV Bharat / city

ଇନଭେଷ୍ଟର୍ସ ମିଟକୁ ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ - ଇନଭେଷ୍ଟର୍ସ ମିଟକୁ ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ

ଆସନ୍ତା 14 ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ (Investors Meet) । ଏଥିରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାକୁ ଗ୍ରହଣ କରି ପାରୁନାହାନ୍ତି ବିରୋଧୀ । ଅଧିକ ପଢନ୍ତୁ

ଇନଭେଷ୍ଟର୍ସ ମିଟକୁ ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ
ଇନଭେଷ୍ଟର୍ସ ମିଟକୁ ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ

By

Published : Sep 12, 2022, 10:05 AM IST

ଭୁବନେଶ୍ବର:ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ବିରୋଧୀ । ଏହା କେବଳ ଲୋକ ଦେଖାଣିଆ । ପୂର୍ବରୁ କେତେ କାର୍ଯ୍ୟକ୍ରମ ହେଲାଣି ହେଲେ ଓଡ଼ିଶାରେ କେତେ ଶିଳ୍ପ ବୃଦ୍ଧି ପାଇଛି ଏବଂ କେତେ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଇଟାଲୀ ଗସ୍ତ କଲେ ସେଠୁ କଣ ଆସିଲା ମୁଖ୍ୟମନ୍ତ୍ରୀ କେବଳ ଫାର୍ସ କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ଇନଭେଷ୍ଟର୍ସ ମିଟକୁ ନେଇ ନବୀନଙ୍କୁ ବିରୋଧୀଙ୍କ ଟାର୍ଗେଟ

‘‘ଶିଳ୍ପ ନାମରେ ଖାଲି ବୁଲୁଛନ୍ତି ସରକାର । ନାଟକ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସବୁ ଏକ ଫାର୍ସ । ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ବିଭିନ୍ନ ବିଦେଶ ଯାଉଛନ୍ତି କେତେ ପୁଞ୍ଜି ଆଣିଛନ୍ତି ତାହା ସମସ୍ତେ ଜାଣିଛନ୍ତି’’ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି । ସେହିଭଳି କଂଗ୍ରେସ ମଧ୍ୟ ଓଡ଼ିଶା ଇନଭେଷ୍ଟର୍ସ ମିଟ (Investors Meet)କୁ ସମାଲୋଚନା କରିଛି । ବିଭିନ୍ନ ସ୍ଥାନରେ ମେକ ଇନ ଓଡିଶା କରୁଛନ୍ତି । ଖାଲି ସାଧାରଣ ଲୋକଙ୍କ ପଇସା ବ୍ୟୟ ହେଉଛି ହେଲେ କୌଣସି ଆଖିଦୃଶିଆ ଶିଳ୍ପ ଏବଂ ନିଯୁକ୍ତି ହେଉନଥିବା କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ସେପଟେ ଜବାବରେ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉକୃଷ୍ଟ ସ୍ଥାନ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ନିବେଶକାରୀଙ୍କୁ ଆକୃଷ୍ଟ କରୁଥିବା ଶାସକ ଦଳ କହିଛି । ରାଜ୍ୟରେ ଶିଳ୍ପାୟନ ବଢାଇବା ପାଇଁ ୨୦୧୬ରୁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରତି ୨ ବର୍ଷରେ ଥରେ ଏହି କାର୍ଯ୍ୟକ୍ରମ କରୁଛନ୍ତି ସରକାର । ସେହି କ୍ରମରେ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ହେବ । ଏଥିଲାଗି ଦେଶର ବିଭିନ୍ନ ରାଜ୍ୟର ରାଜଧାନୀରେ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ ଶୋ’ ଓ ନିବେଶକ ସମ୍ମିଳନୀ କରାଯାଉଛି । ଏଥିରେ ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ ପ୍ରତିଷ୍ଠା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ମେକ ଇନ ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣ ପୂର୍ଵରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ଦେଶର ପ୍ରତିନିଧି ରହିବେ।

ଏହା ବି ପଢନ୍ତୁ...Gyanvapi Mosque Case: ଆଜି ଆସିବ ଫୈସଲା, ବାରଣାସୀରେ ୧୪୪ ଧାରା ଲାଗୁ

ଓଡିଶାକୁ ବିପୁଳ ପୁଞ୍ଜି ଆସିବ । ମିଳିବ ବିପୁଳ ନିଯୁକ୍ତିର ସୁଯୋଗ ସୁଦୃଢ ହେବ ଅର୍ଥନୀତି । ମୁମ୍ବାଇରେ ହେବ ଇନଭେଷ୍ଟର୍ସ ମିଟ୍ । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ପାଲଟିଛି ଓଡ଼ିଶା । ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ ପରେ ଏବେ ମୁମ୍ବାଇରେ ନିବେଶକାରୀଙ୍କ ସହ ଆଲୋଚନା କରିବେ ନବୀନ । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ କଣ ସୁଯୋଗ ରହିଛି ତାହା ନିବେଶକାରୀଙ୍କୁ ବୁଝାଇେବ ରାଜ୍ୟ ସରକାର । ଆସନ୍ତାକାଲିଠୁ (ମଙ୍ଗଳବାର) ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 14 ତାରିଖ ମୁମ୍ବାଇର ନରିମନ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ସାମିଲ ହେବେ ସିଏମ ।

ଏହା ବି ପଢନ୍ତୁ... ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ବିଶେଷକରି ଖଣି, ପର୍ଯ୍ୟଟନ,ଶିଳ୍ପ, ପ୍ରଯୁକ୍ତିବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ତାହା ବି ନିବେଶକାରୀଙ୍କ ଅବଗତ କରାଇବେ । ଦିଲ୍ଲୀ ସମ୍ମିଳନୀରେ 27 ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ବେଶ ଉତ୍ସାହଜନକ ହେବା ପରେ ମୁମ୍ବାଇରେ ୧୪ ତାରିଖରେ ଓଡିଶା ଇନଭେଷ୍ଟର୍ସ ମିଟ୍ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ ବାଙ୍ଗାଲୋର, ଚେନ୍ନାଇ, କୋଲକତା ଆଦି ସ୍ଥାନରେ ଏହି ସମ୍ମିଳନୀ କରାଯିବ । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ବିରୋଧୀଙ୍କ ଅଭିଯୋଗ ଏହା ଖାଲି ଲୋକ ଦେଖାଣିଆ । ପୂର୍ବରୁ କେତେ କାର୍ଯ୍ୟକ୍ରମ ହେଲାଣି ହେଲେ ଓଡ଼ିଶାରେ କେତେ ଶିଳ୍ପ ବୃଦ୍ଧି ପାଇଛି ଏବଂ କେତେ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details