ଭୁବନେଶ୍ବର: ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଟପ ବ୍ୟୁରାକ୍ରୋଟ । ହେଲେ ମନ୍ତ୍ରୀଙ୍କୁ ଅଣଦେଖା। ରୋମରେ ନବୀନ। ଓଡିଶାରେ ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲୀରେ ପହଞ୍ଚିଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।
ହେଲେ ଓଡ଼ିଶାରେ ଅପପୁଷ୍ଟିର କଥା ଉଠାଇ ବିଜେପି ଶାସକ ଦଳକୁ ସମାଲୋଚନା କରିଛି। ଇଟାଲୀରେ ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ ଫ୍ରାନ୍ସିଙ୍କୁ ଭେଟିବେ ନବୀନ। କଂଗ୍ରେସ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରି ନାହିଁ। ଏଭଳି ସ୍ଥିତିରେ ସଂଖ୍ୟାଲଘୁ ପ୍ରସଙ୍ଗ ଉଠାଇ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ ।