ଓଡିଶା

odisha

ETV Bharat / city

‘ମୋ ସରକାର’କୁ ବିରୋଧୀଙ୍କ ଟାର୍ଗେଟ, ଜବାବ ରଖିଲା ବିଜେଡି - Opposition against

ରାଜ୍ୟରେ ଏବେ ‘ମୋ ସରକାର’ କୁ ନେଇ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ‘5T’ ସଚିବଙ୍କୁ ଟାର୍ଗେଟ କଲେ ବିରୋଧୀ । ଜବାବ ରଖିଲା ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 15, 2019, 10:12 PM IST

Updated : Oct 16, 2019, 12:51 AM IST

ଭୁବନେଶ୍ବର: ନବୀନ ପଟ୍ଟନାୟକ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାପରେ ସରକାରୀ ସେବାକୁ ଲୋକଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବାରେ ଲାଗିଛନ୍ତି । ରାଜ୍ୟ ସରକାର ଗାନ୍ଧୀ ଜୟନ୍ତିରୁ ଆରମ୍ଭ କରିଛନ୍ତି ‘ମୋ ସରକାର’ ଏବଂ ‘5T’ କାର୍ଯ୍ୟକ୍ରମ । ଆଉ ଏହି ‘ମୋ ସରକାର’ ଏବଂ ‘5T’ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗାନ୍ଧୀ ଜୟନ୍ତିରୁ ମୋ ସରକାର କାର୍ଯ୍ୟକାରୀ ପରେ ଏବେ ‘5T’ ସଚିବ ଓ ତାଙ୍କ ଟିମ ବିଭିନ୍ନ ଜିଲ୍ଲାକୁ ତୁଫାନି ଗସ୍ତ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ‘5T’ ସଚିବ ଭି.କେ କାର୍ତ୍ତିକେୟନ ପାଣ୍ଡିଆନ ବିଭିନ୍ନ ଅଫିସରଙ୍କ ଧରି ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଇତିମଧ୍ୟରେ ଏହି ଟିମ 15ରୁ ଅଧିକ ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା କରି କୋରାପୁଟ, ମାଲକାନଗିରିଓ ନବରଙ୍ଗପୁର ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।

ଏହି ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି 2019 ପୂର୍ବରୁ କାହା ସରକାର ଚାଲୁଥିଲା । ଏବେ କାହାର ଭାବମୂର୍ତ୍ତି ସଜାଡିବାକୁ ଏଭଳି ଭେଳିକି କରାଯାଉଛି । ଏହାସହ ଅଭିଯୋଗ କରିଛନ୍ତି 5ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି କିନ୍ତୁ ସାଙ୍ଗରେ ବିଭାଗୀୟ ମନ୍ତ୍ରୀ କି ସଚିବଙ୍କୁ ନେଉ ନାହାଁନ୍ତି । ଖାଲି ଏତିକି ନୁହେଁ ଗସ୍ତ ବେଳେ ସ୍ଥାନୀୟ ବିଧାୟକ ସାଂସଦଙ୍କୁ ମଧ୍ୟ ଅବଗତ କରାଯାଉ ନାହିଁ । ସ୍ଥାନୀୟ ନେତା ହୁଅନ୍ତୁକି ମନ୍ତ୍ରୀ ହସ୍ପିଟାଲରେ କଣ ସମସ୍ୟା ତାହା ସେମାନେ ହିଁ ଭଲ ଭାବରେ ଜାଣିପାରିବେ । ହେଲେ ‘5T’ ସଚିବ ଏକାକୀ ଯାଇ କେଉଁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଦଳ ପ୍ରଶ୍ନ କରିଛି ।

ସେପଟେ କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ‘5T’ ସଚିବ, ସଚିବ, ମନ୍ତ୍ରୀ, ବିଧାୟକଓ ଜିଲ୍ଲାପାଳଙ୍କ ଠାରୁ ସେ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିଛନ୍ତି । ସେ ସିଡିଏମଙ୍କୁ ସସପେଣ୍ଡ କରି ଦଣ୍ଡ ଦେଇପାରିବେ 3 ଜିଲ୍ଲା ପାଇଁ ପ୍ୟାକେଜ ଘୋଷଣା ବି କରିପାରିବେ । ପାଣ୍ଡିୟାନଙ୍କର ସବୁପ୍ରକାର କ୍ଷମତା ରହିଛି ବୋଲି ଏହା ପ୍ରମାଣିତ କରୁଛି ବୋଲି କହିଛନ୍ତି ପଞ୍ଚାନନ ।

ଅନ୍ୟପଟେ ଉଭୟ ବିରୋଧୀ ଦଳର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି ବିରୋଧୀ ଅସହିଷ୍ଣୁ ହୋଇପଡିଛନ୍ତି । ଭୋକ ବିକଳରେ ତାଟିଆ କାମୁଡୁଛନ୍ତି । ବିଜେପି ଏହାକୁ ନେଇ ବିଚଳିତ । ସେମାନେ ମୋ ସରକାରକୁ ଭଲ ଭାବରେ ବୁଝି ନାହାଁନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତପନ ଦାସ, ଇଟିଭି ଭାରତ

Last Updated : Oct 16, 2019, 12:51 AM IST

ABOUT THE AUTHOR

...view details