ଓଡିଶା

odisha

ETV Bharat / city

Dhinkia Tension: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ - ଢ଼ିଙ୍କିଆରେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ

ଢିଙ୍କିଆରେ ଜମି ଅଧିଗ୍ରହଣ ବେଳେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟଣା । ପୋଲିସର ଅତ୍ୟାଚାର ବନ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ଫେରାଦ ହେଲେ ରାଜ୍ୟର ବିରୋଧି ଦଳ ।

Dhinkia Tension: ରାଜ୍ୟପାଳ ଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ
Dhinkia Tension: ରାଜ୍ୟପାଳ ଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ

By

Published : Jan 20, 2022, 4:18 PM IST

ଭୁବନେଶ୍ବର:ଢ଼ିଙ୍କିଆରେ ପୋଲିସର ଅତ୍ୟାଚାର ଅଭିଯୋଗ କରି ଏହାକୁ ବନ୍ଦ କରିବା ପାଇଁ ରାଜ୍ୟପାଳଙ୍କୁ ଫେରାଦ ହେଲେ ରାଜ୍ୟର ବିରୋଧି ଦଳ । ପୋଲିସର ବର୍ବରୋଚିତ ଆକ୍ରମଣ ଘଟଣାରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି ରାଜ୍ୟର ୧୩ଟି ବିରୋଧୀ ରାଜନୈତିକ ଦଳର ମୁଖ୍ୟ । ଏହି ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ରାଜନୈତିକ ଦଳଗୁଡିକ । ମୁଖ୍ୟ ଶାସନ ସଚିବଙ୍କୁ ଢ଼ିଙ୍କିଆରୁ ପୋଲିସ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦିଆଯିବା ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି ଦଳ ଗୁଡିକ ।

ଲୋକଙ୍କୁ ମୁକ୍ତ ଭାବରେ ଯିବାକୁ ଅନୁମତି ଦିଆଯିବା ଉଚିତ୍ ଏବଂ ଗିରଫ ନେତାମାନଙ୍କୁ ତୁରନ୍ତ ମୁକ୍ତ କରାଯିବାସହ ପୋଲିସର ଅତ୍ୟାଚାର ସମ୍ପର୍କରେ ଅନୁସନ୍ଧାନ କମିଟି ଗଠନ କରାଯିବା ନେଇ ଦାବି କରିଛନ୍ତି ବିରୋଧୀ ଦଳଗୁଡିକ । ସରକାର ପୋଲିସ୍ ଫୋର୍ସ ବ୍ୟବହାର କରି ଲୋକଙ୍କୁ ନିଜ ଜମିରୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ଗ୍ରାମଗୁଡିକ କର୍ଡନ ହୋଇ ରହିଥିବାରୁ ରାସନ ଯୋଗାଣ ବନ୍ଦ ହୋଇଯାଇଛି । ପୋଲିସ ଲୋକମାନଙ୍କୁ ଶତ୍ରୁ ଦେଶରୁ ଆସିଥିବା ପରି ବ୍ୟବହାର କରୁଥିବା କହିଛନ୍ତି ବିରୋଧୀ ଦଳଗୁଡିକ ।

ସୂଚନାଥାଉକି, ଜଗତସିଂହପୁରରେ ଢିଙ୍କିଆରେ ଜମି ଅଧିଗ୍ରହଣ ବେଳେ ଜାନୁଆରୀ 15ରରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏହାପରେ ସେଠାରେ ଅଶାନ୍ତର ବାତାବରଣ ଖେଳିଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details