ଓଡିଶା

odisha

ETV Bharat / city

ରଥ ନିର୍ମାଣ ପ୍ରସଙ୍ଗ; କେନ୍ଦ୍ର ଉପରେ ଛାଡିଲା ରାଜ୍ୟ, ବିରୋଧୀଙ୍କ ସମାଲୋଚନା - Chariot construction issues

ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି ରାଜ୍ୟ। ଲକ୍‌ଡାଉନ୍‌ ଥିବାରୁ ରଥ କାମ ହେବ କି ନାହିଁ, ସେନେଇ କେନ୍ଦ୍ରଠାରୁ ଅନୁମତି ଲୋଡିଛନ୍ତି ରାଜ୍ୟ ସରକାର। ବିଶେଷ ସୂତ୍ରରୁ ଏହି ସୂଚନା ମିଳିବା ପରେ ଏହାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି ।

opposition reaction
ରଥ ନିର୍ମାଣ ପ୍ରସଙ୍ଗ; କେନ୍ଦ୍ର ଉପରେ ଛାଡିଲା ରାଜ୍ୟ, ବିରୋଧୀଙ୍କ ସମାଲୋଚନା

By

Published : May 6, 2020, 3:59 PM IST

ଭୁବନେଶ୍ବର: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି ରାଜ୍ୟ। ଲକ୍‌ଡାଉନ୍‌ ଥିବାରୁ ରଥ କାମ ହେବ କି ନାହିଁ, ସେନେଇ କେନ୍ଦ୍ରଠାରୁ ଅନୁମତି ଲୋଡିଛନ୍ତି ରାଜ୍ୟ ସରକାର। ବିଶେଷ ସୂତ୍ରରୁ ଏହି ସୂଚନା ମିଳିବା ପରେ ଏହାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି ।

ରଥ ନିର୍ମାଣ ପ୍ରସଙ୍ଗ; କେନ୍ଦ୍ର ଉପରେ ଛାଡିଲା ରାଜ୍ୟ, ବିରୋଧୀଙ୍କ ସମାଲୋଚନା

ରଥ ଅନିଶ୍ଚିତତାକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ରଥ ନିଷ୍ପତ୍ତି ରାଜ୍ୟ ସରକାରଙ୍କର। ଏଥିରେ କେନ୍ଦ୍ରର ବିଶେଷ ଭୂମିକା ନାହିଁ। ନିଷ୍ପତ୍ତି ନେବା ପରେ କେନ୍ଦ୍ର ପାଖରୁ ସାହାଯ୍ୟ ଲୋଡିପାରନ୍ତି। ଦୈନିକ ଦଶଥର କେନ୍ଦ୍ର ସହ ଭିଡିଓ କନଫରେନସିଂ କରୁଛନ୍ତି। ଏକଥା ବି କହିପାରନ୍ତେ, ଚିଠି ଲେଖିବାର କ’ଣ ଆବଶ୍ୟକତା ରହିଛି। ଶୀଘ୍ର ସ୍ପଷ୍ଟ ନିଷ୍ପତ୍ତି ହେବା ଦରକାର, ଲୁଚେଇବା ଦରକାର ନାହିଁ। ବିଳମ୍ବ ହେଲେ ନୀତିକାନ୍ତିରେ ବିଭ୍ରାଟ ହେବ ।’

ସେହିପରି ପିସିସି ସଭାପତି କହିଛନ୍ତି ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ। ସମସ୍ତଙ୍କ ସହ ଆଲୋଚନା କରି ଯାହା ନିଷ୍ପତ୍ତି ନେବେ ଗ୍ରହଣୀୟ ହେବ। ଏହି ପ୍ରସଙ୍ଗକୁ ନେଇ ଅଧିକ ବିବାଦ ନ ହେଉ ବୋଲି ସେ କହିଛନ୍ତି ।

ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଅନୁମତି ଲୋଡିଥିଲା। ପରିଚାଳନା କମିଟି ବୈଠକ ପରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିଲା।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details