ଓଡିଶା

odisha

ETV Bharat / city

ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ - କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର

ଆଜିଠୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ଆରମ୍ଭରୁ ରାଜ୍ୟପାଳ ଗଣେଶୀ ଲାଲ ନିଜ ଗୃହରେ ନିଜ ଅଭିଭାଷଣ ରଖିଛନ୍ତି । ତେବେ ଏହି ଅଭିଭାଷଣରେ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

governor speech
ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

By

Published : Feb 14, 2020, 8:27 PM IST

ଭୁବନେଶ୍ବର: ଆଜିଠୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ଆରମ୍ଭରୁ ରାଜ୍ୟପାଳ ଗଣେଶୀ ଲାଲ ନିଜ ଗୃହରେ ନିଜ ଅଭିଭାଷଣ ରଖିଛନ୍ତି । ତେବେ ଏହି ଅଭିଭାଷଣରେ ବିରୋଧୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ

ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଆରମ୍ଭରୁ କଂଗ୍ରେସ କକ୍ଷତ୍ୟାଗ କରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ‘ରାଜ୍ୟପାଳଙ୍କ ମୁହଁରେ ସରକାରଙ୍କ ପ୍ରଶଂସା କରାଯାଇଛି । ଚାଷୀଙ୍କ ପାଇଁ କଣ କରିଛନ୍ତି ତାହା ରାଜ୍ୟପାଳଙ୍କ ଅଭିଭାଷଣରେ ପ୍ରତିଫଳିତ ହୋଇନି । ଚାଷୀଙ୍କ ବିକାଶ ପାଇଁ କିଛି ପଦକ୍ଷେପ ନିଆଯାଇନି, ଚାଷୀ ଆନ୍ଦୋଳନରେ ବସିଛନ୍ତି, ମିଲର ମଣ୍ଡିକୁ ନିୟନ୍ତ୍ରଣ କରୁଛନ୍ତି।’

ସେହିପରି ଗତ 4 ପାଳି କାହା ସରକାର ଥିଲା ବୋଲି ପ୍ରଶ୍ନ କରିବା ସହ କେନ୍ଦ୍ର ସରକାରଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ଯାହା ଦୁର୍ଭାଗ୍ୟଜନକ ବୋଲି ସେ ମତ ଦେଇଛନ୍ତି ।

ଏପଟେ ସରକାରୀ ଦଳ ଯୁକ୍ତି ହେଉଛି ରାଜ୍ୟ ସରକାର ବିକାଶ କରୁଛନ୍ତି ବୋଲି ବାରମ୍ବାର ରାଜ୍ୟବାସୀ ଭରସା କରିଛନ୍ତି। ବିରୋଧୀଙ୍କ ପାଖରେ ସୁଯୋଗ ଅଛି ଆଲୋଚନା କରିବା ପାଇଁ କିନ୍ତୁ ଏପରି କକ୍ଷତ୍ୟାଗ କରିବା ଠିକ ନୁହେଁ ବୋଲି କହିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details