ଭୁବନେଶ୍ବର: ବିରୋଧିଙ୍କ ଚକ୍ରବ୍ୟୁହରେ ସରକାର। ରାଜ୍ୟରେ ମହିଳା ଅସୁରକ୍ଷିତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଯାହାକୁ ନେଇ ଆଜି ଚାପରେ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ପକ୍ଷରୁ ସ୍ପଷ୍ଟୀକରଣ ଦେଇଛି ବିଜେଡି।
ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା। ବର୍ତ୍ତମାନ ସମୟରେ ପୀଡିତାର ଓ ତାର ପରିବାର ସହ ସମସ୍ତେ ଏକାଠି ଛିଡା ହେବା ଦରକାର। ଏହି ବ୍ୟାଧି ଏବେ ସାରା ଦେଶରେ ବ୍ୟାପି ଚାଲିଛି। ଏ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରାନଯାଉ ବୋଲି ସେ କହିଛନ୍ତି।