ଓଡିଶା

odisha

By

Published : Nov 18, 2019, 11:20 PM IST

ETV Bharat / city

ଗୃହରେ ବାଚସ୍ପତିଙ୍କ ଆଚରଣରେ କ୍ଷୁବ୍ଧ ବିରୋଧୀ ଦଳ

ବିଧାନସଭା ଶୀତ ଅଧିବେଶନରେ ବାଚସ୍ପତିଙ୍କ ଆଚରଣକୁ ନେଇ ବିରୋଧୀ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ସରକାର ଦୋଷୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦଳ ଅଭିଯୋଗ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ବିଧାନସଭା ଶୀତ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବିରୋଧୀ ଦଳ । ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗକୁ ଅସ୍ତ୍ର କରି ବିଧାନସଭା ପରିସରରେ ବିରୋଧୀ କଳା କପଡା ବାନ୍ଧି ପ୍ରତିବାଦ କରିବା ସହ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । କିନ୍ତୁ ଧୀରେଧୀରେ ଏହି ପ୍ରସଙ୍ଗ ଘନାଉଥିବାବେଳେ ଏଯାବତ୍ ବିରୋଧୀଙ୍କୁ କୌଣସି ସଫଳତା ମିଳିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୋମବାର ବାଚସ୍ପତିଙ୍କୁ ଆଚରଣ କ୍ଷୁବ୍ଧ ହୋଇ ବିରୋଧ ଦଳ ନେତା ପ୍ରଦୀପ୍ତ ନାୟକ ଉଦବେଗ ପ୍ରକାଶ କରିଛନ୍ତି । ବାଚସ୍ପତିଙ୍କ ଅଣଦେଖା ତାଙ୍କୁ ଦୁଃଖ ଦେଇଛି । ସେ ପ୍ରଶ୍ନ କରିଛନ୍ତି ଯେ, ଅଧିବେଶନ ପୂର୍ବରୁ ସ୍ମିତାରାଣୀ ପ୍ରସଙ୍ଗ ଉଠାଇବା ନେଇ ଜଣାଇବା କଣ ଭୂଲ ଥିଲା । ରାଜ୍ୟ ସରକାର ଜାଣିଶୁଣି ଘଟଣାକୁ ଚାପି ଦେଇ ଏସପିଙ୍କ ଚରିତ୍ର ସଂହାର କରୁଛନ୍ତି । କେବଳ ସେତିକି ନୁହେଁ ସ୍ମିତାରାଣୀଙ୍କ କୁନି ଝିଅକୁ ମହିଳା କମିଶନ ଅଧ୍ୟକ୍ଷ କିଛି ସମବେଦନା ନ ଜଣାଇ ରୂପେଶ ଭଦ୍ରକୁ ବଞ୍ଚାଇବାକୁ ଚେଷ୍ଟା କରିଛନ୍ତି ।

ସେହିପରି 302 ବଦଳରେ 306 ଦଫାରେ ଗିରଫ କରି ଶୀଘ୍ର ଜାମିନ ପାଇଁ ବାଟ ଖୋଲିଛନ୍ତି । ତେବେ ଉକ୍ତ ମାମଲାକୁ ନେଇ ଆଗାମୀ ଦିନରେ ଗୃହରେ ହଟ୍ଟଗୋଳ ହେବ ବୋଲି ସେ ପରୋକ୍ଷରେ ଇଙ୍ଗିତ ଦେଇଛନ୍ତି । ସେପଟେ ମଙ୍ଗଳବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details