ଓଡିଶା

odisha

ETV Bharat / city

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ବର୍ଷିଲେ ବିରୋଧୀ - ପୁଣି ବଢିଲା ତୈଳଦର

ହଠାତ୍ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କଲା କଂଗ୍ରେସ ଓ ବିଜେଡି, ଉତ୍ତର ରଖିଲା ବିଜେପି । ଅଧିକ ପଢନ୍ତୁ...

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ବର୍ଷିଲେ ବିରୋଧୀ
ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ବର୍ଷିଲେ ବିରୋଧୀ

By

Published : May 5, 2021, 8:22 PM IST

ଭୁବନେଶ୍ବର: ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ପୁଣିଥରେ ରାଜନୀତି ଜୋର ଧରିଛି । ଫେବୃୟାରୀ ମାସ ଠାରୁ ପେଟ୍ରୋଲ ଡିଜେଲ ଦର ସ୍ଥିର ଥିବାବେଳେ ମାର୍ଚ୍ଚ ଓ ଏପ୍ରିଲ ମାସରେ ଟିକେ କମିଥିଲା । କିନ୍ତୁ ଏବେ ପୁଣି ବଢିବା ଆରମ୍ଭ ହୋଇଥିବାରୁ କଂଗ୍ରେସ ସିଧାସଳଖ ବିଜେପି ସରକାରକୁ ଟାର୍ଗେଟ କରିଛି । ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ନିର୍ବାଚନ ଥିବାରୁ ତେଲଦର ସ୍ଥିର ଥିବାବେଳେ ଏବେ ନିର୍ବାଚନ ପରେ କେନ୍ଦ୍ର ସରକାର ଜାଣିଶୁଣି ଦର ବଢ଼ାଉଥିବା ଅଭିଯୋଗ କରିଛି କଂଗ୍ରେସ ।

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ବର୍ଷିଲେ ବିରୋଧୀ


ତେବେ ଏବେ ନିର୍ବାଚନ ସରିଯାଇଥିବାରୁ ପୁଣିଥରେ ତୈଳଦର ବୃଦ୍ଧି ଆରମ୍ଭ ହେଲା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ଏପରିକି ଏହାକୁ ତୀବ୍ର ନିନ୍ଦା କରିଛି କଂଗ୍ରେସ । ସେପଟେ ବିଜେଡି ମଧ୍ୟ ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । ପେଟ୍ରୋଲ ଡିଜେଲ ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କର ଯଦି ତୈଳ କମ୍ପାନୀ ଉପରେ ହସ୍ତକ୍ଷେପ ନାହିଁ ତାହେଲେ ଫେବୃୟାରୀ ମାସ 23 ତାରିଖଠୁ ଏଯାଏଁ କାହିଁକି ପେଟ୍ରୋଲ ଡିଜେଲ ଦର ବଢୁନଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଏଭଳି ସମୟରେ ତୈଳଦର ବୃଦ୍ଧି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଅର୍ଥନୀତି ଉପରେ ପ୍ରଭାବ ପକାଇବ ବୋଲି ଅମର କହିଛନ୍ତି ।

ଏହାର ଜବାବରେ ବିଜେପି ପ୍ରଶ୍ନ କରିଛି ଯେ, ତୈଳଦର ବଢୁ ବଢୁ କଣ ସାମଗ୍ରୀ ଦର ବଢିଗଲା କି ବୋଲି ପ୍ରଶ୍ନ କରିଛି । ସେପଟେ ଏ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।

ପେଟ୍ରୋଲ ପମ୍ପ ସଙ୍ଘର କହିବା କଥା ଦୁଇ ମାସ ପରେ ପୁଣିଥରେ ତୈଳଦର ବଢିବା ଆରମ୍ଭ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଯୋଗୁଁ ଏଭଳି ଦର ବଢୁଛି ଓ ଆଗକୁ ମଧ୍ୟ ଆହୁରି ବଢିବ ବୋଲି କହିଛି ସଙ୍ଘ ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details