ଓଡିଶା

odisha

ETV Bharat / city

CAG Report: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ - CAG ରିପୋର୍ଟକୁ ନେଇ ବର୍ଷିଲେ ବିରୋଧୀ

CAG ପକ୍ଷରୁ ଆର୍ଥିକ ବର୍ଷର ରିପୋର୍ଟ ପ୍ରକାଶ ପାଇଛି । ସିଏଜି ରିପୋର୍ଟ ଆସିଲା ପରେ ରାଜ୍ୟ ସରକାରଙ୍କର ବିତ୍ତୀୟ ବିଶୃଙ୍ଖଳା ପଦାକୁ ଆସିଛି । ରାଜ୍ୟବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ଲକ୍ଷ୍ୟରେ ଅର୍ଥାତ ଜନ ଉପଯୋଗୀ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ଏମିତି କି କିଛି ଫ୍ଲାଗସିପ ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ

CAG ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ
CAG ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

By

Published : Apr 1, 2022, 10:20 PM IST

ଭୁବନେଶ୍ବର: ଗତକାଲି CAG ପକ୍ଷରୁ ଆର୍ଥିକ ବର୍ଷର ରିପୋର୍ଟ ପ୍ରକାଶ ପାଇଛି । ସିଏଜି ରିପୋର୍ଟ ଆସିଲା ପରେ ରାଜ୍ୟ ସରକାରଙ୍କର ବିତ୍ତୀୟ ବିଶୃଙ୍ଖଳା ପଦାକୁ ଆସିଛି। ରାଜ୍ୟବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦେବା ଲକ୍ଷ୍ୟରେ ଅର୍ଥାତ ଜନ ଉପଯୋଗୀ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ଏମିତି କି କିଛି ଫ୍ଲାଗସିପ୍ ଯୋଜନା ମଧ୍ୟ ଘୋଷଣା କରିଛନ୍ତି। ରାଜ୍ୟରେ ଜଳସେଚନରେ ସରକାର ବହୁ ଯୋଜନା କରୁଛନ୍ତି । ହେଲେ 2014 ରୁ ଏଯାଏଁ 6 ବର୍ଷ ଭିତରେ 843 କୋଟି ଟଙ୍କା ଫେରିଯିବା ପ୍ରସଙ୍ଗକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବିରୋଧୀ ।

CAG ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ବିରୋଧୀଙ୍କ ଅଭିଯୋଗ କେନ୍ଦ୍ରକୁ ଦୋଷ ଦେଇ ଖସିଯିବାକୁ ବସୁଛନ୍ତି ରାଜ୍ୟ ସରକାର। ହେଲେ ଏବେ ସତ ପଦାକୁ ଆସିଛି। ସବୁବେଳେ କେନ୍ଦ୍ର ସରକାର ଦୋଷ ଦେଉଥିବା ରାଜ୍ୟର ବିଜେଡି ସରକାର ଅସଲ ଚେହେରା ଆଜି ପଦାରେ ପଡିଛି। 843 କୋଟି ଟଙ୍କା ଜଳସେଚନ କାର୍ଯ୍ୟରେ ନଲାଗି ଫେରିଯାଇଛି ବୋଲି ସିଏଜି ରିପୋର୍ଟ ପ୍ରକାଶ କରିଛନ୍ତି। ବିଜେଡି ସରକାର ଏକ ଅପାରଗ ସରକାର। ସରକାରଙ୍କ ଜଳସେଚନରେ ଆନ୍ତରିକତାର ଅଭାବ ରହିଛି ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କ ଏହା ବିଫଳତା ବୋଲି ଦର୍ଶାଇଛି। କଂଗ୍ରେସ ବିଧାୟକ ସୁର ରାଉତରାୟ ସରକାରଙ୍କ ଏଭଳି ଅପାରଗତା ପାଇଁ ଯେଉଁ ଅଧିକାରୀ ଦାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details