ଭୁବନେଶ୍ବର: ଖରିପ ଋତୁ ଶେଷ ହୋଇ ରବିଚାଷ ପାଇଁ ଚାଷୀ ପ୍ରସ୍ତୁତ ହେଲାଣୀ । କିନ୍ତୁ ଖରିପ ଋତୁରେ ଚାଷୀ କରିଥିବା ଧାନ ଅମଳ ବର୍ତ୍ତମାନ ଯାଏଁ ସରକାର କିଣି ପାରିନାହାଁନ୍ତି । ଯଦିଓ ସରକାର ପୂର୍ବରୁ କହିଛନ୍ତି ମାର୍ଚ୍ଚ 31 ସୁଦ୍ଧା ସମସ୍ତ ଧାନ କ୍ରୟ କରିବେ ହେଲେ ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଚାଷୀ ତଳିତଳାନ୍ତ ହେଲେଣି ।
ଚାଷୀ ଧାନ ଅମଳ କରିଛି । କିନ୍ତୁ ବିକ୍ରି କରିପାରୁନାହିଁ । ଯୋଗାଣ ବିଭାଗର ଟୋକନ ବ୍ୟବସ୍ଥା କୁ ଚାଷୀ ବିରୋଧ କରିଆସୁଛନ୍ତି । ହେଲେ ସରକାର ଚାଷୀଙ୍କ ଉପରେ ବଳପୂର୍ବକୁ ଟୋକନ ବ୍ୟବସ୍ଥା ଲଦି ଦେଇଛନ୍ତି । ଯଦ୍ବାରା ଚାଷୀ ବଳଶାଳୀ ହେବା ପରିବର୍ତ୍ତେ ଏବେ ଚିନ୍ତାରେ । ସେଥିରେ ପୁଣି ଅଦିନିଆ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ସରକାର ଚାଷୀଙ୍କ ସହ ଆଉ ଖେଳନ୍ତୁ ନାହିଁ । ନଚେତ ସ୍ଥିତ ସଂଗୀନ ହୋଇପଡିବ । ଏଭଳି ଭାବେ ଗୁରୁବାର ଶୁନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସରକାରଙ୍କୁ ଆକ୍ରମଣ କରିଥିଲେ ।