ଓଡିଶା

odisha

ETV Bharat / city

ଖଣିଜ ସମ୍ପଦ ଚିନ୍ତା; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା - ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାୟକଙ୍କ ଚିଠି

ନିଲାମ ହେବ ରାଜ୍ୟର 31ଟି ଖଣି । ନିଲାମିରେ ସ୍ବଚ୍ଛତା ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଅଧିକ ପଢ଼ନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

By

Published : Nov 14, 2019, 5:30 PM IST

ଭୁବନେଶ୍ବର: ରାଜ୍ୟ ସରକାର ବର୍ତ୍ତମାନ 31ଟି ଖଣିର ନିଲାମ କରିବାକୁ ଯାଉଛନ୍ତି । ଯେଉଁ କମ୍ପାନୀ ମାନେ ଖଣି ଦୁର୍ନୀତିରେ ସାମିଲ ଥିଲେ ସେମାନଙ୍କୁ ଆଗାମୀ ଖଣି ନିଲାମରେ ବାଦ ଦିଆଯିବା ସହ ଯେଉଁମାନଙ୍କ ଷ୍ଟିଲ ଓ ଲୁହା ଉତ୍ପାଦନ କାରଖାନା ଅଛି ସେମାନଙ୍କୁ ଆଗ୍ରାଧିକାର ଦିଆଯାଉ । ଖଣି ଓ ଖଣିଜ ଭିତ୍ତିକ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଓଡିଆ ଯୁବକ ମାନେ କିପରି ନିଯୁକ୍ତି ପାଇବେ ତାହା ନିଶ୍ଚିନ୍ତ କରାଯାଉ । ଖଣି ବିଭାଗ ଖଣି ନିଲାମରେ ଭାଗ ନେବାକୁ ଯାଉଥିବା ଖଣି କମ୍ପାନୀ ମାନେ ସ୍ଥାନୀୟ ବିକାଶ ପାଇଁ କଣ କରିବେ ସେମାନଙ୍କର ଯୋଜନାକୁ ବି ଆଗୁଆ ସାଧାରଣରେ ପ୍ରକାଶ କରନ୍ତୁ । ଏମିତି ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ପ୍ରଦୀପ୍ତ କହିଛନ୍ତି ଯେ କିପରି ପ୍ରାକୃତିକ ସମ୍ପଦକୁ ଉଚିତ ବିନିଯୋଗ କରାଯାଇ ଗରିବ ଓଡିଆଙ୍କ ଆର୍ଥିକ ପ୍ରଗତି କରାଯିବ ତାହା ସରକାରଙ୍କ ପ୍ରାଥମିକତା ହେବା ଉଚିତ । କେନ୍ଦୁଝର ଜିଲ୍ଲାରୁ ଉତ୍ପାଦିତ ଲୁହାପଥରରୁ ସାରା ଦେଶରେ ଷ୍ଟିଲ ନିର୍ମାଣ ହେଉଛି କିନ୍ତୁ ସେଠାରେ 62 ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ସେ ଦର୍ଶାଇଛନ୍ତି । ଏସିଆର ବକ୍ସାଇଟ କ୍ୟାପିଟାଲ କୁହାଯାଉଥିବା କୋରାପୁଟରର ଆଦିବାସୀ ଭାଇ ଭଉଣୀଙ୍କର ଆର୍ଥିକ ସ୍ଥିତି କେତେ ପଛୁଆ ତାହା ଆପଣ ଜାଣନ୍ତି । ଆଜି ମଧ୍ୟ କୋରାପୁଟ ଜିଲ୍ଲା ଦେଶର ସବୁଠାରୁ ପଛୁଆ ଜିଲ୍ଲା ତାଲିକାରେ ରହିଛି । 79 ପ୍ରତିଶତ ଲୋକେ ବିପିଏଲ ତାଲିକାରେ ଅଛନ୍ତି । ଶିଳ୍ପାୟନର ସ୍ବପ୍ନ ଦେଖାଇ ରାଜ୍ୟର ବହୁମୁଲ୍ୟ ଖଣିଜ ସମ୍ପଦର ଦୁରୁପଯୋଗ ଓ ଲୁଟ ଚଳିବ ନାହିଁ ବୋଲି ଚିଠିରେ ଲେଖିଛନ୍ତି ପ୍ରଦୀପ୍ତ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ଏହାସହ ସେ ଚିଠିରେ ଦର୍ଶାଇଛନ୍ତି ଓଡିଶାରେ ଖଣି ଚୋରି ପ୍ରଘଟ ହେବା ପରେ 2014 ନିର୍ବାଚନର ଠିକ ପୂର୍ବରୁ ଖଣି ଲୁଣ୍ଠନକାରୀ ଖଣି ମାଲିକଙ୍କ ଠାରୁ 59 ହଜାର କୋଟି ଟଙ୍କା ଜୋରିମାନା ଆଦାୟର ନୋଟିସ ରାଜ୍ୟ ସରକାର ଦେଇଥିଲେ । ମାତ୍ର ସୁପ୍ରିମକୋର୍ଟ ରାୟର ଭୁଲ ବ୍ୟବହାର ଏବଂ ଏହାର ଭୁଲ ତର୍ଜମା କରି 59 ହଜାର କୋଟି ବଦଳରେ 17ରୁ18 ହଜାର କୋଟି ଟଙ୍କାର ଜୋରିମାନା ଆଦାୟ କରିବା ପାଇଁ ସରକାର କାହିଁକି ନିଷ୍ପତି ନେଇଥିଲେ ତାହା ଆଜି ବି ଏକ ବଡ ପ୍ରଶ୍ନ ବୋଲି ସେ କହିଛନ୍ତି। ଯେତେବେଳେ ଖଣି ଦୁର୍ନୀତିର ଗନ୍ଧ ବାହାରିଥିଲା ଠିକ ସେତିକିବେଳେ ଖଣି ବିଭାଗର କିଛି ଗୁରୁତ୍ବପୂର୍ଣ୍ଣ ଫାଇଲ ସଚିବାଳୟରୁ ହଜିଯାଇଥିଲା ବୋଲି ପ୍ରଦୀପ୍ତ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

ପ୍ରଦୀପ୍ତ ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି ସେ ଖଣିଜ ସମ୍ପଦକୁ ବେଧଡକ ଭାବେ ଲୁଟ କରି ସେସବୁକୁ ସରକାର ବିଦେଶ ପଠାଇ ଦେଇଛନ୍ତି। ଯାହା ଫଳରେ କେତେ ଖଣିଜ ସମ୍ପଦ ଉତ୍ତୋଳନ ହୋଇଥିଲା ତାହାର କିଛି ହିସାବ ନାହିଁ । ଏତେ ମାତ୍ରାରେ ଖଣି ଚୋରି ହେଉଥିବାର ଘଟଣା ସାମ୍ନାକୁ ଆସିବା ପୂର୍ବରୁ ରାଜ୍ୟର 60ଜଣ ବିଧାୟକ ଏ ବିଷୟରେ 06/06/2007ରେ ମୁଖ୍ୟମନ୍ତ୍ରୀଙ୍କୁ ‘ମାଇନିଙ୍ଗ ଏକ୍ସପୋର୍ଟ’ ବନ୍ଦ କରିବା ପାଇଁ ଏକ ଚିଠି ଲେଖିଥିଲେ। ଯଦି ସେତିକି ବେଳେ ମାଇନିଙ୍ଗ ଏକ୍ସପୋର୍ଟକୁ ବନ୍ଦ କରା ଯାଇଥାନ୍ତା ତାହେଲେ ଅନେକ ବହୁମୁଲ୍ୟ ସମ୍ପତିର ରକ୍ଷା ହୋଇଥାନ୍ତା ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ସରକାର ରାଜ୍ୟରେ ଥିବା ବିପୁଳ ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ରାଜ୍ୟରେ ଲୁହା ଓ ଷ୍ଟିଲ କାରଖାନା ବସାଇବା ଦିଗରେ ଯତ୍ନବାନ ହେବାକୁ ଦାବି କରିଛନ୍ତି ପ୍ରଦୀପ୍ତ ନାଏକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details