ଓଡିଶା

odisha

ETV Bharat / city

ଅଣ-କୋଭିଡ ରୋଗୀଙ୍କ ଚିକିତ୍ସାକୁ ପ୍ରାଧାନ୍ୟ ଦିଅନ୍ତୁ ସରକାର: ପ୍ରଦୀପ୍ତ ନାଏକ - Non-Covid patients

ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର କୋଭିଡ୍ ରୋଗ ଚିକିତ୍ସା ପାଇଁ ନିୟୋଜିତ ଥିବାରୁ ଅଣ କୋଡ଼ିଡ୍ ରୋଗୀ ନାନାଦି ହଇରାଣ ହେବା ସହ ଅକାଳରେ ପ୍ରାଣ ହରାଉଥିବା ଅଭିଯୋଗ ଆସୁଛି । ଏଣୁ ସେମାନଙ୍କ ଚିକିତ୍ସାକୁ ଗୁରୁତ୍ବ ଦେବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାଏକ । ଅଧିକ ପଢନ୍ତୁ..

od_bbsr Pradipta Kumar Naik writes to CM
ଅଣ କୋଭିଡ ରୋଗୀଙ୍କ ଚିକିତ୍ସାକୁ ପ୍ରାଧାନ୍ୟ ଦିଅନ୍ତୁ ସରକାର: ପ୍ରଦୀପ୍ତ ନାଏକ

By

Published : May 5, 2020, 8:13 PM IST

Updated : May 5, 2020, 8:38 PM IST

ଭୁବନେଶ୍ବର: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବଳିଷ୍ଠ, ତ୍ୱରାନ୍ୱିତ ଓ ବିହୀତ ପଦକ୍ଷେପ କାରଣରୁ ବର୍ତ୍ତମାନ କୋରୋନା ମୁକାବିଲାରେ ଓଡିଶା ସଫଳ ହୋଇଛି । ହେଲେ ରାଜ୍ୟର ପ୍ରାୟ ସମସ୍ତ ଡାକ୍ତର କୋଭିଡ ଚିକିତ୍ସା ପାଇଁ ନିୟୋଜିତ ଥିବା କାରଣରୁ ଅଣ-କୋଭିଡ୍ ରୋଗୀ ସଠିକ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ପର୍ଶକତା ପ୍ରସଙ୍ଗକୁ ହୃଦବୋଧ କରି ଯଥାଶୀଘ୍ର ହସ୍ତକ୍ଷେପ କରିବାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ୍ତ ନାଏକଙ୍କ ପତ୍ର

ଯଦି ଏଥିପ୍ରତି ଧ୍ୟାନ ଦିଆଯାଏ ତେବେ ରାଜ୍ୟର ସମସ୍ତ ଶ୍ରେଣୀର ରୋଗୀ ନିଜ ନିକଟସ୍ଥ ଡାକ୍ତରଖାନା ଯାଇ ଉପଯୁକ୍ତ ଚିକିତ୍ସାର ସୁବିଧା ପ୍ରାପ୍ତ କରିପାରିବେ ବୋଲି ପ୍ରଦୀପ୍ତ କହିଛନ୍ତି । ଏଥିସହ ସେ ପତ୍ରରେ ଲେଖିଛନ୍ତି କି, ସାଧାରଣ ତଥା ଅଣ କୋଭିଡ ରୋଗୀ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ଗଲେ କର୍ତ୍ତୃପକ୍ଷ ସେମାନଙ୍କୁ ପ୍ରଥମେ କୋଭିଡ୍ ହସ୍ପିଟାଲ ଯାଇ କୋଭିଡ୍‌ ପରୀକ୍ଷା ପାଇଁ ବାଧ୍ୟ କରୁଥିବା ବହୁ ଅଭିଯୋଗ ଆସୁଛି । ବିଶେଷ ଭାବେ ହୃଦରୋଗୀ, ଦୁର୍ଘଟଣା ଜନିତ ଆଘାତପ୍ରାପ୍ତ ରୋଗୀ, ସାଧାରଣ ଜ୍ୱର ଥିବା ରୋଗୀ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାସ କରି ଗ୍ରାମାଞ୍ଚଳରେ କୋରୋନା ଭୂତାଣୁ ପରୀକ୍ଷାଗାର ନଥିବା କାରଣରୁ ବହୁ ସମସ୍ୟା ପରିଲକ୍ଷିତ ହେଉଛି ।

ଏପଟେ ରାଜ୍ୟର ପ୍ରାୟ ସମସ୍ତ ଡାକ୍ତରମାନେ କୋଭିଡ୍ ରୋଗ ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା କାରଣରୁ ଅଣ କୋଭିଡ ରୋଗୀ ନାନଦି ହଇରାଣ ହେବା ସହ ଅକାଳ ପ୍ରାଣ ହରାଉଛନ୍ତି। ରାଜ୍ୟର ସର୍ବବୃହତ ମେଡିକାଲ କଲେଜ କଟକସ୍ଥିତ ଏସସିବି ମେଡିକାଲ କଲେଜର ହୃଦରୋଗ ବିଭାଗର ଡାକ୍ତରଙ୍କୁ କୋଭିଡ୍ ଚିକିତ୍ସା ପାଇଁ ନିୟୋଜିତ କରାଯାଇଛି । ଏଥିଯୋଗୁଁ ଉକ୍ତ ବିଭାଗଟି ସଂପୂର୍ଣ୍ଣ ଅଚଳ ହୋଇପଡିଛି । ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଭାବେ ଏହା ସଠିକ କାର୍ଯ୍ୟକାରୀ ହେଉନଥିବା କାରଣରୁ ହୃଦରୋଗୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଏଭଳି ଅଚଳାବସ୍ଥା କାରଣରୁ ଏହି ବିଭାଗ ଉପରେ ନିର୍ଭରଶୀଳ ଗରୀବ ସାଧାରଣ ରୋଗୀ ବାଧ୍ୟ ହୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ପ୍ରଦୀପ୍ତ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 5, 2020, 8:38 PM IST

ABOUT THE AUTHOR

...view details