ଓଡିଶା

odisha

By

Published : Nov 17, 2021, 10:45 PM IST

Updated : Nov 17, 2021, 10:50 PM IST

ETV Bharat / city

ପଛୁଆବର୍ଗଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର: ବିରୋଧୀ

ପୁଣି ଥରେ ପଛୁଆ ବର୍ଗ (ଓବିସି) କୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିରୋଧୀ । ଆଜି ଏନେଇ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିବା ବେଳେ ବିଜେପି କହିଛନ୍ତି ଆଇନଗତ ଲଢେଇ କରିବୁ । ଅଧିକ ପଢନ୍ତୁ

backward class
backward class

ଭୁବନେଶ୍ବର:ପୁଣି ଥରେ ପଛୁଆ ବର୍ଗ (ଓବିସି) କୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିରୋଧୀ । ଆଜି ଏନେଇ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଥିବା ବେଳେ ବିଜେପି କହିଛନ୍ତି ଆଇନଗତ ଲଢେଇ କରିବୁ ।

ପଛୁଆବର୍ଗଙ୍କୁ ଧୋକା ଦେଇଛନ୍ତି ରାଜ୍ୟ ସରକାର: ବିରୋଧୀ

ଆଜି ପ୍ରେସମିଟ କରି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି, ପଛୁଆବର୍ଗଙ୍କୁ ନ୍ୟାୟ ଦେଲେ କି ସରକାର? ସେ କହିଛନ୍ତି ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ପଛୁଆବର୍ଗ ଙ୍କୁ 27 ପ୍ରତିଶତ ସଂରକ୍ଷଣ ପାଇଁ ବିଜେଡି କେନ୍ଦ୍ର ସରକାରଙ୍କୁ ବାରମ୍ବାର ଚିଠି ଲେଖିଥିଲା । ବିଭିନ୍ନ ସମୟରେ ଦାବି ମଧ୍ୟ କରିଥିଲା । ହେଲେ ଏବେ ନିଜେ ବାହାର କରିଥିବା ଚୂଡାନ୍ତ ସଂରକ୍ଷଣ ତାଲିକାରେ 27 ପ୍ରତିଶତ ବଦଳରେ ୧୨ ପ୍ରତିଶତ ସଂରକ୍ଷଣ ଓବିସିଙ୍କୁ ମିଳିଛି । ଯାହାକୁ ସରକାରଙ୍କ ଧୂଆଁ ବାଣ ବୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ସରକାର ଓବିସି ବର୍ଗଙ୍କ ପାଇଁ ଷଡଯନ୍ତ୍ର କରିଛନ୍ତି। ଆମେ ପ୍ରଥମରୁ ଯେଉଁ ଆଶଙ୍କା କରିଥିଲୁ ରାଜ୍ୟ ସରକାର ପଛୁଆ ବର୍ଗଙ୍କ ପ୍ରତି ଷଡଯନ୍ତ୍ର କରି ଧୋକା ଦେଉଛନ୍ତି। କ୍ରମାଗତ ଭାବେ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଥିଲା ଓବିସିଙ୍କୁ । ଏବେ ସଂରକ୍ଷଣ ନାଁ ରେ ୮ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଶୂନ ରହିଛି। ପୂର୍ବ ନିର୍ବାଚନ ତୁଳନାରେ ଓବିସି ୧୨୬ ସିଟ ହରାଇଛନ୍ତି। ୫୨ପ୍ରତିଶତ ରୁ ଉର୍ଦ୍ଧ୍ବ ପଛୁଆ ବର୍ଗଙ୍କୁ କ୍ରମାଗତ ଭାବେ ରାଜ୍ୟ ସରକାର ଧକ୍କା ଦେଇଆସୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଜାତୀୟ ପଛୁଆ ବର୍ଗ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି ସେ ।

ଅନ୍ୟପଟେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି ଓବିସିଙ୍କ ପାଇଁ ରାଜ୍ୟ ସରକାରଙ୍କ ଦରଦ କେତେ ତାହ ସ୍ପଷ୍ଟ ହୋଇଛି । ଗୋଟିଏ ପଟ ଓବିସିଙ୍କ ପାଇଁ ଚିଠି ଲେଖିବା କେନ୍ଦ୍ର ସରକାରଙ୍କୁ ଅନ୍ୟପଟେ ନିଜେ କିଛି ନକରିବା ରାଜ୍ୟ ସରକାର କେତେ ଓବିସିଙ୍କ ପାଇଁ ଚିନ୍ତିତ ତାହା ସ୍ପଷ୍ଟ । ଆଗାମୀ ଦିନରେ ଓବିସି ବର୍ଗର ଲୋକେ ଉଚ୍ଚିତ ଜବାବ ଦେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Nov 17, 2021, 10:50 PM IST

ABOUT THE AUTHOR

...view details