ଓଡିଶା

odisha

ETV Bharat / city

ବାଧୁଛି ତୈଳଦର, କେନ୍ଦ୍ରର ଚାଲ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବିରୋଧୀ - ବାଧୁଛି ତୈଳଦର

ଲଗାତର ଭାବରେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାର ବେଫିକର ସାଜିଛନ୍ତି। ସବୁଠି ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏତିକିବେଳେ ବିରୋଧୀ କଂଗ୍ରେସ ଆସନ୍ତାକାଲି ଠାରୁ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି। ଅଧିକ ପଢନ୍ତୁ...

ବାଧୁଛି ତୈଳଦର, କେନ୍ଦ୍ରର ଚାଲ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବିରୋଧୀ
ବାଧୁଛି ତୈଳଦର, କେନ୍ଦ୍ରର ଚାଲ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବିରୋଧୀ

By

Published : Jun 28, 2020, 11:07 PM IST

ଭୁବନେଶ୍ବର: ଲଗାତର ଭାବରେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର। କେନ୍ଦ୍ର ସରକାର ବେଫିକର ସାଜିଛନ୍ତି। ସବୁଠି ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଏତିକିବେଳେ ବିରୋଧୀ କଂଗ୍ରେସ ଆସନ୍ତାକାଲି ଠାରୁ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି। ଭୁବନେଶ୍ବର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସ ସମ୍ମୁଖରେ ଦଳ ପ୍ରତିବାଦ କରିବ। ସେହିପରି ବାମ ଦଳ ମଧ୍ୟ ଆସନ୍ତା 30ରେ ବିକ୍ଷୋଭ କରିବ ।

ବାଧୁଛି ତୈଳଦର, କେନ୍ଦ୍ରର ଚାଲ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବିରୋଧୀ
ବାଧୁଛି ତୈଳଦର, କେନ୍ଦ୍ରର ଚାଲ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବିରୋଧୀ

ସେହିପରି ରାଜ୍ୟବ୍ୟାପୀ ସବୁଆଡେ ଏହି ପ୍ରତିବାଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତୈଳଦର ବୃଦ୍ଧି କରି ସାଧାରଣ ଲୋକଙ୍କ ପ୍ରତି ସରକାର କିପରି ସମ୍ବେଦନଶୀଳ ତାହା ବିସ୍ତାର କରିବାକୁ ସୋସିଆଲ ମିଡିଆର ବ୍ୟବହାର ଅଧିକରୁ ଅଧିକ କରିବା ପାଇଁ ଓଡିଶାର ଲୋକଙ୍କୁ ପିସିସି ସଭାପତି ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଜୁନ 30ରେ ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ଆହ୍ବାନ ଦେଇଛି ବାମଦଳ।

ବାଧୁଛି ତୈଳଦର, କେନ୍ଦ୍ରର ଚାଲ ବିରୋଧରେ ରାସ୍ତାକୁ ଓହ୍ଲାଇବେ ବିରୋଧୀ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details