ଭୁବନେଶ୍ୱର: ରାତି ପାହିଲେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । ମହାମାରୀ କୋରୋନା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବଜେଟ ଉପସ୍ଥାପନ ହେବ । କେଉଁ ବର୍ଗକୁ ପ୍ରାଧାନ୍ୟ ଦେବେ ସରକାର, ସ୍ୱାସ୍ଥ୍ୟ ପାଇଁ କଣ ରହିବ ବଜେଟରେ ବ୍ୟବସ୍ଥା, ତୈଳ ଦର ବୃଦ୍ଧି ଉପରେ ରୋକ ଲଗେଇବା ପାଇଁ ଟିକସ ହ୍ରାସ ହେବ କି ? ନୂଆ ଯୋଜନା ଆଣିବେ କି ସରକାର ? ଏଭଳି ଅନେକ ଆଶା ରଖିଛନ୍ତି ସାଧାରଣ ଲୋକେ ।
ଚଳିତବର୍ଷ ଚିରାଚରିତ ବଜେଟ ଆସିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ସେ କହିଛନ୍ତି, ସରକାରଙ୍କ ଆଭିମୁଖ୍ୟ ଲୋକାଭିମୁଖୀ ହେବା ଉଚିତ । ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ପାନୀୟଜଳ ଉପରେ ଗୁରୁତ୍ୱ ଦେବା ଦରକାର। ଯୁବ ପିଢ଼ିଙ୍କି ପାଇଁ କର୍ମ ସଂସ୍ଥାନ ଆବଶ୍ୟକ ରହିଛି । ଆସନ୍ତା କାଲି ଜଣାପଡିବ କେତେ ବଜେଟ ସରକାର ଉପସ୍ଥାପନ କରିବେ।
ଅନ୍ୟପକ୍ଷେ ବଜେଟର କଳେବର ମଧ୍ୟ ବୃଦ୍ଧି ପାଇବ । ବଜେଟ ଲୋକାଭିମୁଖୀ ହେବା ସହ ନୂଆ ଯୋଜନା ପ୍ରତିଫଳିତ ହେବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଶଶୀ ଭୂଷଣ ବେହେରା କହିଛନ୍ତି । ସେପଟେ ବଜେଟକୁ ନେଇ ବିରୋଧୀ ଅନେକ ଆଶା ରଖିଛନ୍ତି । ପୂର୍ବରୁ କଂଗ୍ରେସ ସମୟରେ କେନ୍ଦ୍ର ଦେଉଥିଲା ୯୦ ଭାଗ ଓ ରାଜ୍ୟର ଅଂଶ ୧୦ ଭାଗ ଥିଲା । ବର୍ତ୍ତମାନ ବିଜେପି ସରକାର ୬୦ ଭାଗ ଅନୁଦାନ ଦେଉଥିବା ବେଳେ ରାଜ୍ୟ ଦେଉଛି ୪୦ ଭାଗ ।