ଭୁବନେଶ୍ବର: ପୁଣି ଥରେ ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭା ଲବିକୁ ପ୍ରବେଶ ନେଇ ଗୃହରେ ଉଠିଲା ଦାବି । କାହିଁକି ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭା ଲବିକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ସେନେଇ ଆଜି ଶୂନ୍ୟକାଳରେ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ।
ଏନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ବିଜେଡି ସରକାର ଗଣତନ୍ତ୍ରକୁ ହତ୍ୟା କରୁଛି। ସାଧାରଣ ଲୋକେ ସଚେତନ ହେବ ଦରକାର। ଗଣମାଧ୍ୟମକୁ ଜାଣିଶୁଣି ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦେଉନାହାଁନ୍ତି ।
ସେହିପରି କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି ସରକାର ବୋଧହୁଏ ଜାଣିଛନ୍ତି ସାମ୍ବାଦିକ ଲୋକସେବା ଭବନକୁ ପ୍ରବେଶ କଲେ ସରକାରଙ୍କ ମୁଖା ଖୋଲିଯିବ । ସେଇ ଭୟରେ ସରକାର ଜାଣିଶୁଣି ପ୍ରବେଶ ଉପରେ କଟକଣା ଲଗାଇଛନ୍ତି । ସାମ୍ବାଦିକଙ୍କ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନା କରି ନରସିଂହ କହିଛନ୍ତି ସାମ୍ବାଦିକ ମାନେ ଖବର ସଂଗ୍ରହ ପାଇଁ ଲୋକସେବା ଭବନ ଓ ବିଧାନସଭା ଲବିକୁ ଆସନ୍ତି । ହେଲେ ଏହି ସରକାର ତାହାକୁ ମଧ୍ୟ କଟକଣା ଲଗାଇଛନ୍ତି । 2 ବର୍ଷ ହେଲା ଦାବି କରୁଛି । ଆଜି ମଧ୍ୟ ଦାବି କରିଛି । ବାଚସ୍ପତି କଣ ନିଷ୍ପତ୍ତି ନେଉଛନ୍ତି, ଅପେକ୍ଷା କରିଛୁ ବୋଲି କହିଛନ୍ତି ନରସିଂହ ।