ଭୁବନେଶ୍ବର: ଆକ୍ସନ ମୋଡରେ ରାଜ୍ୟ ସରକାର । ଆରମ୍ଭ କରିଛନ୍ତି ‘ଅପରେସନ କ୍ଲିନ’। ଯିଏ ଦୁର୍ନୀତି କରିବ ତଡା ଖାଇବ । ସେ ତଳ ହେଉକି ଉପରିସ୍ଥ ଅଧିକାରୀ କେହି ବଞ୍ଚିପାରିବେନି । ଏଥିପାଇଁ ଲାଗୁ ହୋଇଛି ‘ଶୂନ୍ୟ ସହନଶୀଳତା’ ନୀତି । ସରକାରଙ୍କ ଏଭଳି କଠୋର ପଦକ୍ଷେପକୁ ବିଭିନ୍ନ ସ୍ତରରୁ ବାଃ ବାଃ ମିଳୁଥିବା ବେଳେ ବିରୋଧୀ ପ୍ରଶ୍ନର ତୀର ଛାଡିଲେଣି ।
ଦୁର୍ନୀତିଖୋରଙ୍କୁ ବହିଷ୍କାର ଦୁର୍ନୀତିଖୋରଙ୍କୁ ବହିଷ୍କାର ଦୁର୍ନୀତିଖୋରଙ୍କୁ ବହିଷ୍କାର ବିରୋଧୀଙ୍କ ପ୍ରଶ୍ନ ଘେରରେ ନବୀନଙ୍କ ‘ଅପରେସନ କ୍ଲିନ’ ବିରୋଧୀଙ୍କ ପ୍ରଶ୍ନ ଘେରରେ ନବୀନଙ୍କ ‘ଅପରେସନ କ୍ଲିନ’
ସରକାରଙ୍କ ଅପରେସନ କ୍ଲିନ ଅଧିନରେ ଗତକାଲି (ଶୁକ୍ରବାର) ୪ ଅଧିକାରୀଙ୍କୁ ଚାକିରି କାଳ ସରିବା ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ଲିଷ୍ଟରେ ଥିବା ମୟୁରଭଞ୍ଜର କପ୍ତିପଦା ତହସିଲଦାରଙ୍କୁ ବହିଷ୍କାର ନେଇ ଜୋର ଧରିଛି ରାଜନୀତି ।
ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର ବିରୋଧୀ ଦଳ ଏ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ‘ରାଜ୍ୟର ଅନେକ ଆଇଏଏସ ଅଧିକାରୀ ମାନେ D.O.P.Tକୁ ସେମାନଙ୍କ ସମ୍ପତ୍ତି ତାଲିକା ଦେଉନାହାଁନ୍ତି । ଏ ନେଇ ସରକାର ଦୃଷ୍ଟି ଦେଉନଥିବା ବେଳେ ଭ୍ରଷ୍ଟାଚାର ହଟାଇବା କଥା କିପରି ଚିନ୍ତା କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ।’
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ଲୋକଦେଖାଣିଆ କହିବା ସହ ବରିଷ୍ଠ ପ୍ରଶାସନିକ ଅଧିକରୀ ଆଇଏଏସଙ୍କ ବିରୋଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ବୋଲି ଜବାବ ମାଗିଛନ୍ତି । ଏପଟେ
ବିଜେଡି ମୁଖପାତ୍ର ଲେନିନ ମହାନ୍ତି ବିରୋଧିୀଙ୍କ ଅଭିଯୋଗକୁ ଖଣ୍ଡନ କରି ସରକାରଙ୍କ ପକ୍ଷରୁ ଯୁକ୍ତି ବାଢିଛନ୍ତି ।
ସୂଚନା ଅନୁସାରେ, ଦୁର୍ନୀତି ବିରୋଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରି ଗତ ୨ ମାସ ଭିତରେ ୪୨ ଜଣଙ୍କ ବିରୋଦ୍ଧର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେପ୍ଟେମ୍ବର ୧୩ରେ ୧୬ ଜଣଙ୍କୁ ଚାକିରିକୁ ବରଖାସ୍ତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୫ ପ୍ରଧାନ ଶିକ୍ଷକ, ୪ ଇଂଜିନିୟର, ୨ ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଜଣେ ଫାର୍ମାସିଷ୍ଟ, ଜଣେ ଅମିନ, ୨ କିରାଣି,ଜଣେ ପଞ୍ଚାୟତ ସମ୍ପ୍ରସାରାଣ ଅଧିକାରୀ ରହିଥିଲେ । ହେଲେ ସୂଚନା ଅଧିକାର ତଥ୍ୟ ଏବଂ ବିଧାନସଭା ରିପୋର୍ଟ ମୁତାବକ ରାଜ୍ୟରେ ଗତ 9 ବର୍ଷ ଭିତରେ 255 ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ମାମଲା ପଡିରହିଛି । ଏହା ମଧ୍ୟରେ ମାଳ ମାଳ ଓଏସ ଅଫିସର ଥିବା ବେଳେ ପ୍ରାୟ 12ଜଣ ଆଇଏଏସ ଅଧିକାରୀମାନେ ରହିଛନ୍ତି । ଏଥିସହ ରାଜ୍ୟରେ ଦୁର୍ନୀତ ଗ୍ରସ୍ତ 31 ଜଣ ଆଇଏସ ଅଫିସରଙ୍କ ନାଁକୁ ଓଡିଶା ସୂଚନା ଅଧିକାର ଅଭିଯାନ ଖୁଲାସା କରିଛି । ଯେଉଁମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରହିଥିଲେ ସୁଦ୍ଧା ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠା ହୋଇ ନାହିଁ ।
ସେହିଭଳି ଅନେକ ମାମଲାରେ ଭିଜିଲାନ୍ସ ନିଜ ଆଡୁ ଦୁର୍ନୀତି ଅଭିଯୋଗ ଯୋଡିଥିବା କିଛି ଅଫିରସଙ୍କୁ କ୍ଲିନ ଚିଟ ଦେଇ ଫାଇଲ ବନ୍ଦ କରିଦେଇଛି । ଏ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ସରକାର ଦୁର୍ନୀତିଗ୍ରସ୍ତ ଆଇଏସ ଅଫିସରଙ୍କୁ ଘଣ୍ଟ ଘୋଡାଉଛନ୍ତି, ନଚେତ ସେମାନଙ୍କୁ ଡରାଇ ରଖିବା ପାଇଁ ମିଛ କେସ କରୁଛନ୍ତି ବୋଲି କହିଛନ୍ତି ପ୍ରଦୀପ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ