ଭୁବନଶ୍ବର:ମାନବବାଦ ଗୁରୁ ମାନସ ଦାସ ଗିରଫ ପରେ ତେଜିଲା ରାଜନୀତି,ବିରୋଧୀ କହିଲେ ଶାସକ ଦଳ ଛତ୍ରଛାୟା ତଳେ ଥିଲା ମାନସ ଦାସ। ଆଜି ବିଧାନସଭାର ଗୃହ ବାହାରେ ମାନସ ଦାସଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଓ ବିଜେପି ସେପଟେ ଏହା ଜବାବ ଦେଇଛନ୍ତି ଶାସକଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମାନସ ଦାସଙ୍କ ଗିରଫ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ମାନସ ଦାସ ପାଖକୁ ବିଜେଡି ନେତା ମାନେ ଯାଉଥିଲେ । ଏହା ସହ ନିର୍ବାଚନ ସମୟରେ ତାଙ୍କର ସହାୟତା ନେଉଥିଲା ବିଜେଡି। ଭୋଟ ପାଇଁ ସ୍ଥାନୀୟ ନେତା ତାଙ୍କ ପାଖକୁ ଯାଉଥିଲେ, ବହୁ ପୂର୍ବରୁ ତାଙ୍କୁ ଗିରଫ କରିବାର ଥିଲା କିନ୍ତୁ ବିରୋଧୀଙ୍କ ଚାପରେ ଶେଷରେ ସରକାର ଗିରଫ କରିଛନ୍ତି ବୋଲି ତାରା କହିଛନ୍ତି ।
ସେହିପରି ମାନବବାଦ ସଂଗଠନକୁ ନେଇ ବିଜେପି ବିଧାୟକ ନାଉରି ନାୟକଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ସରକାର ତାଙ୍କ ବିଷୟରେ ସବୁ ଜାଣିଥିଲେ। ମାନସ ଦାସ କିପରି ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଥିଲେ ତାହା ଜଣାଥିଲା । ଘଟଣା ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ବହୁତ ଅତ୍ୟାଚାର କରୁଥିଲେ ହେଲେ ଏତେ ଦିନ ଧରି ତାଙ୍କୁ ଗିରଫ କରାଯାଉନଥିଲା। ବିଜେଡି ନେତା ମାନେ ତାଙ୍କ ଆଗରେ ମୁଣ୍ଡ ନୁଆଉଁଥିଲେ। ନେତା ମାନେ ତାଙ୍କ ସହ ସମ୍ପୃକ୍ତ। ଯେଉଁଠି ବଡ ବଡ ନେତା ମୁଣ୍ଡ ନୁଆଉଁଥିଲେ ତାଙ୍କୁ କେମିତି ପୋଲିସ ଗିରଫ କରିବ ?