ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି ନିର୍ବାଚନ ଆୟୋଗ । ନିୟମ ଅନୁଯାୟୀ ଭୋଟକୁ ପ୍ରଭାବିତ କରିବା ପାଇଁ କୌଣସି ପ୍ରକାର ସହାୟତା ପ୍ରଦାନ କରିପାରିବେ ନାହିଁ ରାଜନୈତିକ ଦଳ । ଯଦି କୌଣସି ପ୍ରାର୍ଥୀ ବା ଦଳ ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ ହେଲା ବୋଲି ଧରାଯିବ । ହେଲେ ଶାସକ ବିଜେଡି ଏହି ଆଚରଣ ବିଧି ଭଙ୍ଗ କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିରୋଧୀ ।
ଏକଛତ୍ରବାଦ ଶାସନ ଚଳାଇଛନ୍ତି ନବୀନ: ବିରୋଧୀ - ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଛି ବିଜେଡି । ଏଭଳି ଅଭିଯୋଗ କରି ନିର୍ବାଚନ ପ୍ରକ୍ରିୟାକୁ ସ୍ବଚ୍ଛ ଏବଂ ଅବାଧ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦାବି କଲେ ବିରୋଧି । ଅଧିକ ପଢନ୍ତୁ
![ଏକଛତ୍ରବାଦ ଶାସନ ଚଳାଇଛନ୍ତି ନବୀନ: ବିରୋଧୀ ଏକଛତ୍ରବାଦ ଚଳାଇଛନ୍ତି ନବୀନ: ବିରୋଧୀ](https://etvbharatimages.akamaized.net/etvbharat/prod-images/768-512-14258526-thumbnail-3x2-bbsr.jpg)
ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ବିଜ୍ଞାପନ ଏବେ ବି ସରକାରୀ ୱେବସାଇଟରେ ଦେଖିବାକୁ ମିଳୁଥିବା ଅଭିଯୋଗ କରିଛି କଂଗ୍ରେସ । ସେପଟେ ନିୟମ ଭଙ୍ଗ ଅଭିଯୋଗରେ ବିଜେପି ମଧ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି । ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି, ହେଲେ ଶାସକ ଦଳ ଏହାକୁ ମାନୁନି । ନବୀନ ଏକଛତ୍ରବାଦ ଶାସନ ଚଳାଇଛନ୍ତି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅନ ଲାଇନରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଯାହା ଆଦୌ ଠିକ ନୁହେଁ । ନିର୍ବାଚନ ଆୟୋଗ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ କଡାକଡି ନିୟମ କରନ୍ତୁ ବୋଲି କଂଗ୍ରେସ କହିଛି । ବିଜେପି ମଧ୍ୟ ସମାନ କଥା ଦୋହରାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ