ଭୁବନେଶ୍ବର:ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ମୁଖ୍ୟ ମାଧ୍ୟମ ସାଜିଛି ହୀରାକୁଦ ଡ୍ୟାମ୍ (crack in Hirakud Dam) । ବିଶ୍ବର ଏହି ଦୀର୍ଘତମ ମାଟିବନ୍ଧ ତଥା ବିଶ୍ବର ଚତୁର୍ଥ ବିଶାଳ ନଦୀବନ୍ଧ ପରିଯୋଜନା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି । ଯାହାଫଳରେ ହୀରାକୁଦ ଡ୍ୟାମ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ନଦୀବନ୍ଧର ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଏହାକୁ (Hirakud Dam condition) ନେଇ ସ୍ପଷ୍ଟୀକରଣ ଦେବାକୁ ରାଜ୍ୟ ସରକାରଙ୍କ ଆଗରେ ଦାବି କରିଛନ୍ତି ବିରୋଧୀ ।
ହୀରାକୁଦ ଡ୍ୟାମ୍ରେ ଫାଟ
ହୀରାକୁଦ ଡ୍ୟାମ ସ୍ପିଲଓ୍ବେରେ ଫାଟ ସୃଷ୍ଟି ହୋଇଥିବା ନେଇ ଚିଠି କରିଛନ୍ତି (safety chief engineer letter for Hirakud ) ଡ୍ୟାମ ସେଫ୍ଟି ଚିଫ ଇଞ୍ଜିନିୟର ଶିବାଶିଷ ପାଢୀ । ମହାନଦୀ ବେସିନ, ବୁର୍ଲାର ଚିଫ୍ ଇଞ୍ଜିନିୟର ତଥା ବେସିନ ମ୍ୟାନେଜରଙ୍କୁ ଏହି ଚିଠି କରାଯାଇଛି । ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ରହିଛି ଫାଟ ଥିବା ନେଇ ଚିଠିରେ ଉଲ୍ଲେଖ ରହିଛି ।
ଏହା ବି ପଢ଼ନ୍ତୁହୀରାକୁଦ ନଦୀବନ୍ଧକୁ 64 ବର୍ଷ; କେମିତି ଅଛନ୍ତି ବିସ୍ଥାପିତ ?
୨୦୨୦ରେ DSRP ଟିମ୍ ଡ୍ୟାମ୍ ପରିଦର୍ଶନ କରି ସୃଷ୍ଟି ହୋଇଥିବା ଫାଟର ଅନୁଧ୍ୟାନ କରିବାକୁ ସୁପାରିଶ କରିଥିଲେ । ସାଫ୍ଟ ଗେଟ୍ ଓ ସ୍ଲୁଇସ୍ ଗେଟ୍ର ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ବ ସ୍ପିଲ୍ୱେ ମଧ୍ୟରେ ଫାଟ ରହିଛି । ଏଥିପାଇଁ ଦିଆଯାଇଥିବା ପରାମର୍ଶ ଥିଲା...
- ସ୍ପିଲ୍ୱେ ଡାଉନ୍ ଷ୍ଟ୍ରିମ୍ରେ କୌଣସି ଫାଟ ସୃଷ୍ଟି ହୋଇଛି କି ନାହିଁ, ତାହା ଡ୍ରୋନ୍ ମାଧ୍ୟମରେ ନିରୀକ୍ଷଣ କରିବାକୁ କୁହାଯାଇଥିଲା ।
- ସ୍ପିଲ୍ୱେର ଭିତର ପଟରେ ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ପରାମର୍ଶ ରହିଥିଲା । କାରଣ ଖାଲି ଆଖିରେ ଏହା ନିରକ୍ଷଣ କରିବା ସମ୍ଭବପର ନୁହେଁ ।
- ଅପରେସନ ଗ୍ୟାଲେରୀରେ ସୃଷ୍ଟି ହୋଇଥିବା ଫାଟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଫାଟର ସ୍ଥିତିକୁ ନେଇ DSRP ଟିମ୍ ନିୟମିତ ଅନ୍ତରାଳରେ ଅନୁଧ୍ୟାନ କରିବାକୁ ଥିଲା । ଏହାକୁ ଏକ ସ୍ବତନ୍ତ୍ର ରେକର୍ଡ ରଖା ଯାଇଥିଲା ।
- ପ୍ରତି ୪ ବର୍ଷରେ ଡ୍ୟାମ୍କୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିବାକୁ ପରାମର୍ଶ ଥିଲା । ତେବେ ୧୯୯୯ରୁ କୌଣସି ସ୍ବତନ୍ତ୍ର ସର୍ଭେ ହୋଇନାହିଁ । ପୁରୁଣା ଓ ନୂତନ ଫାଟର ମ୍ୟାପିଂ ହେବା ନିହାତି ଆବଶ୍ୟକ ଥିଲା ।
- ଡ୍ୟାମ୍ର ଡାଉନ୍ଷ୍ଟ୍ରିମ୍ ମୁଖ ସଠିକ ଢଙ୍ଗରେ ମ୍ୟାପିଂ ହେବା ଆବଶ୍ୟକ । କୌଣସି ବିପଦ ସନ୍ଦେହ ହେଲେ ତଦନୁଯାୟୀ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।
- ଯେଉଁ ସମୟରେ ମ୍ୟାପିଂ କରଯିବ, ସେହି ସମୟରେ ଫାଉଣ୍ଡେସନ ଗ୍ୟାଲେରୀ ପର୍ଯ୍ୟନ୍ତ ଭିଡିଓଗ୍ରାଫି ହେବ ।