ଓଡିଶା

odisha

ETV Bharat / city

OPERATION WHITE SPIDER: ରାଜଧାନୀରୁ ଧରାହେଲେ ୧୩ ଧଳା ଜହର ବେପାରୀ - ବ୍ରାଇନ ସୁଗାର ଚୋରା କାରବାର

ରାଜଧାନୀରେ ବଢିବାରେ ଲାଗିଛି ବ୍ରାଉନସୁଗାର ବେପାରୀଙ୍କ ପ୍ରାଦୁର୍ଭାବ । ଆଉ ଏହାକୁ ଦମନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ୍ ସ୍ପାଇଡର । ଅଧିକ ପଢନ୍ତୁ...

ଅପରେସନ ହ୍ବାଇଟ ସ୍ପାଏଡର, ରାଜଧାନୀରୁ ଧରାହେଲେ ୧୩ ଧଳା ଜହର ବେପାରୀ
ଅପରେସନ ହ୍ବାଇଟ ସ୍ପାଏଡର, ରାଜଧାନୀରୁ ଧରାହେଲେ ୧୩ ଧଳା ଜହର ବେପାରୀ

By

Published : Aug 18, 2021, 5:56 PM IST

ଭୁବନେଶ୍ବର:ବ୍ରାଉନସୁଗାର ବେପାରର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ବର । ଦୀର୍ଘଦିନ ଧରି ବେଧଡକ ବ୍ରାଉନସୁଗାର ଚୋରା ଚାଲାଣ ସହ ହତ୍ୟା, ଲୁଟ୍ ଭଳି ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଆଉ ଏଥିରେ ରାଜଧାନୀରେ ଗଢି ଉଠିଥିବା ବିଭିନ୍ନ ବସ୍ତି ଅଞ୍ଚଳର ଲୋକେ ଏହି ବେପାରରେ ସାମିଲ ହେବାରେ ଲାଗିଛନ୍ତି । ତେବେ ଏହାକୁ ଦମନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ବ୍ରାଉନସୁଗାର ଅପରେସନ ହ୍ବାଇଟ ସ୍ପାଇଡର ।

ଅପରେସନ ହ୍ବାଇଟ ସ୍ପାଏଡର, ରାଜଧାନୀରୁ ଧରାହେଲେ ୧୩ ଧଳା ଜହର ବେପାରୀ

ସେପଟେ ବ୍ରାଉନସୁଗାର ଚୋରା କାରବାର ଘଟଣାରେ ୭୫୦ ଗ୍ରାମର ବ୍ରାଉନସୁଗାର ଜବତ ସହ ଧରାପଡିଛନ୍ତି ୧୩ ପେଡଲର । ଆଉ ଏହି ଅଭିଯାନ ଚଳିତ ମାସ ୧୫ରୁ ଆରମ୍ଭ ହୋଇ ୧୮ ମଧ୍ୟରେ କମିଶନରେଟ ପୋଲିସର ଅଧିକାରୀମାନେ ଜୋରଦାର ଧରପଗଡ କରି ୫ରୁ ଊର୍ଦ୍ଧ୍ବ ବାଇକ ଓ ୨୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details