ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ପୁଣି ଅଶାନ୍ତ ରାଜଧାନୀ । ଗାଡିରେ ତେଲ ପକାଇବାକୁ କେନ୍ଦ୍ରକରି ରବିବାର ବିଳମ୍ବିତ ରାତିରେ ଝାରପଡା ଓଭରବ୍ରିଜ କଡରେ ଥିବା ପେଟ୍ରୋଲ ପମ୍ପରେ ଫୁଟିଛି ଗୁଳି । ପେଟ୍ରୋଲ ପମ୍ପ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ବିଶ୍ବଜିତ ବେହେରା ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି ।
ସୂଚନାଅନୁସାରେ, ଝାରପଡା ଓଭରବ୍ରିଜ କଡରେ ଥିବା ପେଟ୍ରୋଲ ପମ୍ପକୁ କିଛି ଯୁବକ ଇନୋଭା କାରରେ ଆସି ପ୍ରଥମେ ତେଲ ପକାଇବାକୁ ଜିଦ ଧରିଥିଲେ। ତେବେ ସୋମବାର ଭାରତ ବନ୍ଦ ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଦ ହେବାକୁ ଥିବାରୁ ଲୋକଙ୍କ ଗହଳି ଯୋଗୁଁ ପେଟ୍ରୋଲପମ୍ପ କର୍ମଚାରୀ ମନାକରିଥିଲେ । ଯାହାକୁ ନେଇ ଯୁକ୍ତିତର୍କ ପରେ ଶେଷରେ ଇନୋଭାରେ ଥିବା ଯୁବକ କିଛି ଯୁବକଙ୍କୁ ଡାକିଥିଲେ। ଦୁଇଟି ବାଇକରେ କିଛି ଯୁବକ ଆସି ହଙ୍ଗାମା କରିଥିଲେ ।