ଓଡିଶା

odisha

ETV Bharat / city

ରାଜରାସ୍ତାରେ ଗୁପଚୁପ ବିକି ପ୍ରତିବାଦ କଲେ OPEFA କର୍ମଚାରୀ

ରାଜ୍ୟ ସରକାର OPEFA କର୍ମଚାରୀଙ୍କ ଦାବି ନ ଶୁଣିବା ପରେ ରାଜରାସ୍ତାରେ ଗୁପଚୁପ ବିକ୍ରି କରିଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ...

OPEFA workers protest against state government by selling Gupchup
ରାଜରାସ୍ତାରେ ଗୁପଚୁପ ବିକି ପ୍ରତିବାଦ କଲେ OPEFA କର୍ମଚାରୀ

By

Published : Jan 4, 2021, 7:33 PM IST

ଭୁବନେଶ୍ବର:ରାଜଧାନୀର ଲୋୟର ପିଏମଜିରେ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ଓପେଫାର କର୍ମଚାରୀ ସୋମବାର ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ତେବେ ରାଜ୍ୟ ସରକାର ସେମାନଙ୍କ ଦାବିକୁ ପୂରଣ ନ କରିବାରୁ କର୍ମଚାରୀମାନେ ଏଭଳି ଭାବେ ପ୍ରତିବାଦ କରିଥିବା କହିଛନ୍ତି ।

ରାଜରାସ୍ତାରେ ଗୁପଚୁପ ବିକି ପ୍ରତିବାଦ କଲେ OPEFA କର୍ମଚାରୀ

ଦୀର୍ଘ 43 ଧରି 300 ଜଣ ଇଞ୍ଜିନିୟର ଦାବି ପୂରଣ କରିବା ପାଇଁ ରାଜରାସ୍ତାରେ ବସି ରହିଛନ୍ତି । ଅନ୍ୟପଟେ ହଜାର ହଜାର କର୍ମଚାରୀଙ୍କୁ ଠିକା କର୍ମଚାରୀ ଭାବରେ ଶୋଷଣ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି ।

ଏଣୁ ସୋମବାର ଧାରଣାରେ ବସି ରହିଥିବା ବେଳେ ଓପେଫାର କର୍ମଚାରୀମାନେ ଗୁପଚୁପ ବିକ୍ରି କରିବା ସହ ଆଗାମୀ ଦିନରେ ଯଦି ସରକାର ଦାବିଗୁଡିକ ନ ଶୁଣନ୍ତି, ତେବେ ରାଜା ରାସ୍ତାରେ ଗୁପଚୁପ ବିକ୍ରି କରିବା ସହ ଜୋତା ସିଲେଇ କରିବାକୁ ପଛେଇବେ ନାହିଁ ବୋଲି ଓପେଫାର କର୍ମଚାରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details