ଓଡିଶା

odisha

By

Published : Feb 4, 2022, 5:34 PM IST

ETV Bharat / city

ସୋମବାର ଠୁ AIIMSରେ ଓପିଡ଼ି ସେବା ଆରମ୍ଭ

ରାଜ୍ୟରେ ସଂକ୍ରମଣ କମୁଥିବାରୁ ଆସନ୍ତା ସୋମବାର ଠାରୁ ଭୁବନେଶ୍ବର AIIMSରେ OPD ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ

ସୋମବାରଠୁ AIIMSରେ ଓପିଡ଼ି ସେବା ଆରମ୍ଭ
ସୋମବାରଠୁ AIIMSରେ ଓପିଡ଼ି ସେବା ଆରମ୍ଭ

ଭୁବନେଶ୍ବର:ରାଜ୍ୟରେ କୋରୋନା ମହାମାରୀର ତୃତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏମ୍ସରେ ସାଧାରଣ ଭାବରେ ଓପିଡ଼ି ବନ୍ଦ ରହିଥିଲା । ତେବେ ସଂକ୍ରମଣ ଧୀରେ ଧୀରେ କମ ରହୁଥିବାରୁ ଆସନ୍ତା ସୋମବାର ଠାରୁ ଓପିଡ଼ି ସେବା ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

ସୋମବାରଠୁ AIIMSରେ ଓପିଡ଼ି ସେବା ଆରମ୍ଭ

ବିଭିନ୍ନ ସମୟରେ ହସ୍ପିଟାଲର ସମସ୍ତ OPD ଖୋଲିବାକୁ ଅଧିକ ଦାବି ହୋଇଆସୁଥିଲା । ଏଣୁ ଆସନ୍ତା 7 ତାରିଖ ଅର୍ଥାତ (ସୋମବାର) ଠାରୁ ଓପିଡିରେ ପୁଣିଥରେ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ବିଭାଗ ପୂର୍ବ ପରି OPD କାର୍ଯ୍ୟସୂଚୀ ଅନୁସରଣ କରିବେ । ନୂତନ ଆଡମିଶନ ହୋଇଥିବା ରୋଗୀଙ୍କ ପାଇଁ ପ୍ରତ୍ୟେକ ବିଭାଗ ପ୍ରତ୍ୟେକ ୱାର୍ଡରେ 4-5 ଶଯ୍ୟା ସଂରକ୍ଷଣ ରଖାଯିବ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୨୬୯୭ ସଂକ୍ରମିତ ଚିହ୍ନଟ

ଏହିପରି, AIIMS ଭୁବନେଶ୍ବରର ସ୍ବାସ୍ଥ୍ୟ ଆପ୍ ଏବଂ ଟେଲି ମେଡିସିନ୍ ମାଧ୍ୟମରେ ରୋଗୀଙ୍କ ସାମଗ୍ରିକ ରୁଟିନ୍ ଚେକ-ଅପ୍ ଜାରି ରହିବ। ସମସ୍ତ IPD ଆଡମିଶନ ଏବଂ OT ଗୁଡିକ ପୂର୍ବ ପରି କାର୍ଯ୍ୟ କରିବ। ତେବେ କୋଭିଡ ଲେବର ରୁମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଭୁବନେଶ୍ବର ଏମ୍ସ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details